ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ନାଉଗାଁ, (ୱାଇଏନ୍ଏସ୍): ନାଉଗାଁ ବ୍ଲକସ୍ଥିତ ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବେ ସୁଧାଂଶୁ ପ୍ରସାଦ ବେହେରା ଯୋଗ ଦେଇଛନ୍ତି । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦ୍ୱାରା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରୋହିଆ ଆଂଚଳିକ ସାଧାନ କେନ୍ଦ୍ରର ସଂଯୋଜକ ସହଦେବ ସେଠୀ ଓ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତି, ସୋନାଲି ରାଉତ, ସମାପ୍ତି ସାହୁ, ରାଜଲକ୍ଷ୍ମୀ ବଳ, ପ୍ରଜ୍ଞାପରମିତା ମହାନ୍ତି, ବାସନ୍ତି ନାୟକ, ସୁଜାତା ମଲ୍ଲିକ, ନିରୁପମା ବାରିକ, ଶିକ୍ଷକ ଜ୍ୟୋତିରଂଜନ ସାହୁ ପ୍ରମୁଖ ସାମିଲ ହୋଇ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତେ ଏକମନରେ କାର୍ଯ୍ୟ କଲେ ଜିଲ୍ଲାରେ ଏକ ଆଦର୍ଶ ବିଦ୍ୟାଳୟ ଭାବେ ପରିଗଣିତ ହୋଇପାରିବ ବୋଲି ଶ୍ରୀ ବେହେରା ଦମ୍ଭୋକ୍ତି ସହ କହିଛନ୍ତି । ଶ୍ରୀ ବେହେରା ଗୋରେଖନାଥ ସରକାରୀ ଉଚ୍ଚ ବିଦ୍ୟାଳୟରୁ ପଦୋନ୍ନିତ ହୋଇ ରୋହିଆ ଉଚ୍ଚ ବିଦ୍ୟାଳୟରେ ଯୋଗଦାନ କରିଛନ୍ତି । ସୂଚନା ଥାଉକି ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ସ୍ୱର୍ଗତ ଆନନ୍ଦ ତରାଇ କାର୍ଯ୍ୟ କରିଆସୁôଥିଲେ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଦିନ ଠାରୁ ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଫାଙ୍କା ରହିଥିଲା ।