ନୂତନ ଫରେଷ୍ଟର କାର୍ଯ୍ୟାଳୟର ଉଦଘାଟନ କଲେ ବ୍ରହ୍ମପୁର ଡ଼ି ଏଫଓ
କୋଦଳା,(ଗୁଲସନ କୁମାର କର): ଆଜି ଖଲ୍ଲିକୋଟ ରେଞ୍ଜ ଅଧିନସ୍ଥ ସୁମଣ୍ଡଳ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ଫରେଷ୍ଟ କାର୍ଯ୍ୟାଳୟ କୁ ବ୍ରହ୍ମପୁର ଡ଼ି.ଏଫ.ଓ ଶ୍ରୀ ଅମ୍ଲାନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସୁମଣ୍ଡଳ ଫରେଷ୍ଟ କାର୍ଯ୍ୟାଳୟ ରେ ବ୍ୟାପକ ସାଜସଜା ସହ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ରହ୍ମପୁର ରେଞ୍ଜର ଶ୍ରୀ ଦିଲ୍ଲୀପ କୁମାର ମାର୍ଥା, ଖଲ୍ଲିକୋଟ ରେଞ୍ଜର ଶ୍ରୀ ସିଧାର୍ଥ ଶଙ୍କର ସାହୁ,ସୁମଣ୍ଡଳ ଫରେଷ୍ଟର ଜିତେନ୍ଦ୍ର କୁମାର ରାଉତ ଙ୍କ ସମେତ ଅନ୍ୟ ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।


