ନୂତନ ଫାର୍ମାସିଷ୍ଟକୁ ସ୍ଥାନୀୟ ଲୋକଙ୍କ ବିରୋଧ ଦାବିରେ ରାସ୍ତା ରୋକ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଭାବେ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟକୁ ସ୍ଥାନୀୟ ଲୋକ ବିରୋଧ କରି ଗୁରୁବାର ରାସ୍ତାରୋକ କରିଥିଲେ । ପୂର୍ବରୁ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟିକୁ ଏହି ମେଡିକାଲରେ କାର୍ଯ୍ୟ କରିବାକୁ ଦିଆଯାଉ ଓ ନୂତନ ଭାବେ ଆସିଥିବା ଫାର୍ମାସିଷ୍ଟଙ୍କ ବଦଳି ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଥିଲେ । ସ୍ଥାନୀୟ ପୋଲିସଙ୍କ ହସ୍ତପେକ୍ଷ ପରେ ରାସ୍ତାରୋକ ଉଠିଥିବା ସହିତ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବିଧାୟକଙ୍କୁ ଦାବିପତ୍ର ପଠାଯାଇଥିବା ଜଣାଯାଇଛି । ସୁଚନା ଅନୁସାରେ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ ଡାକ୍ତର ନୃସିଂହ ଚରଣ ଦାସ କାର୍ଯ୍ୟ କରି ଆସୁଥିଲେ । ତାଙ୍କ ବଦଳି ହେବା ପରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ଆସିଛନ୍ତି କିନ୍ତୁ ଦିନେ ଦୁଇ ଦିନ କାର୍ଯ୍ୟ କରିବା ପରେ ଆଉ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫେରି ନାହାନ୍ତି । ଏହି ସମୟରେ ଡାକ୍ତର ପଦବୀ ଫାଙ୍କା ପଡିଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଆଡକୁ ଗତି କରୁଥିଲା । ଠିକ ଏହି ସମୟରେ ଭଗବାନଙ୍କ ଆର୍ଶିବାଦ ଭଳି ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟ ସହିତ ତାଙ୍କର ସ୍ୱାମୀ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମ୍ଭାଳି ଥିଲେ । ଯାହାଫଳରେ ସ୍ଥାନୀୟ ଲୋକ ଡାକ୍ତରଙ୍କ ଅଭାବକୁ ଭୁଲି ଯାଇଥିଲେ । କାରଣ ଡାକ୍ତରମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମୟ ଅନୁସାରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନଆସି ନିଜ ଇଛା ଅନୁସାରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସା କରୁଥିଲେ । କିନ୍ତୁ ଏମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ଦିନ ରାତିକୁ ଏକ କରି ରୋଗୀଙ୍କୁସେବା ଯୋଗାଇ ଦେଉଥିଲେ । କିନ୍ତୁ ଗୁରୁତପୂର୍ଣ୍ଣ କଥା ହେଲା ବୁଧବାର ସେମାନ ଜାଣିବାକୁ ପାଇଲେ ଡେରିକି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ବଦଳରେ ଜଣେ ନୂତନ ଫାର୍ମାସିଷ୍ଟ ଯୋଗ ଦେଉଛନ୍ତି । ଯାହାକି ଗତ ସପ୍ତାହ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ସମୟରେ ଉକ୍ତ ଶୋଇ ରହିଥିଲେ । ଯାହାକି ଗଣମାଧ୍ୟମରେ ପ୍ରକାଶ ପାଇବାରେ ପରେ ସଂପୃକ୍ତ ଫାର୍ମାସିଷ୍ଟକୁ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯାଇଛି । ଏପରିକି ସଂପୃକ୍ତ ଫାର୍ମାସିଷ୍ଟି ସରକାରଙ୍କ ଧାର୍ଯ୍ୟ ସମୟ ସକାଳ ୭ଟା ଥିବା ରହିଥିବା ବେଳେ ସଂପୃକ୍ତ ଫାର୍ମାସିଷ୍ଟ ସକାଳ ୯ଟାରେ ସ୍ୱାସ୍ତ୍ୟ କେନ୍ଦ୍ର ସମ୍ୁଖରେ ପହଁଚିଥିଲେ । ଯାହାକୁ ସ୍ଥାନୀୟ ଲୋକ ବିରୋଧ କରିବା ସହିତ ରାସ୍ତାରୋକ କରିଥିଲେ । ଖବର ପାଇ ଗାରୋଇ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ବଳ ଘଟଣାସ୍ଥଳରେ ପହଁଚି ବୁଝାସୁଝା କରିବା ସହିତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକ ଓହରିଥିଲା । ଏହାପରେ ଅଂଚଳବାସୀଙ୍କ ୩ ଶହ ରୁ ଉର୍ଦ୍ଧ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ,ସ୍ଥାନୀୟ ବିଧାୟକ, ନାଉଗାଁ ଥାନାଧିକାରୀ ଓ ଅଗ୍ନିଶମ ବିଭାଗକୁ ପ୍ରଦାନ କରାଯାଇଛି । ଏଥିରେ ନୂତନ ଭାବେ ନିଯୁକ୍ତି ଦିଆଯାଇଥିବା ଫାର୍ମାସିଷ୍ଟର ବଦଳି ୭ ଦିନ ମଧ୍ୟରେ ପ୍ରତ୍ୟାହାର ନ କରାଗଲେ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଅନଶନ ଦିଆଯିବ ବୋଲି ଦାବିରେ ଦର୍ଶାଇଛନ୍ତି ।ଏ ସଂର୍ପକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଜୟ କୁମାର ବୈଠାରୁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନାହିଁ ।