ନୂତନ ବନ୍ଦର ଅଧ୍ୟକ୍ଷ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ କାର୍ଯ୍ୟରତ ସାମ୍ବାଦିକ

ପାରାଦୀପ, (ପୀତବାସ ପ୍ରଧାନ) : ପାରାଦୀପ ବନ୍ଦର ର ନୂତନ ଅଧ୍ୟକ୍ଷ ବବେ ପୋଲାମରାଜୁ ଲକ୍ଷ୍ମୀ ହାରନାଦ ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି. ଏହି ପରିପ୍ରେକ୍ଷୀରେ ପାରାଦୀପ ର କାର୍ଯ୍ୟରତ ସାମ୍ବାଦିକ ମାନେ ଶୁକ୍ରବାର ଦିନ ନୂତନ ଅଧ୍ୟକ୍ଷ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଥିଲେ ଏବଂ ତାଙ୍କ ନେତୃତ୍ୱ ରେ ପାରାଦୀପ ବନ୍ଦର ର ଉତରାତୋର ଉନ୍ନତି କାମନା କରିଥିଲେ. ସାମ୍ବାଦିକ ମାନଙ୍କ ସହ ଆଲୋଚନା ସମୟ ରେ ଅଧ୍ୟକ୍ଷ ଶ୍ରୀ ହାରନାଦ ପଣ୍ୟ କାରବାରରେ ପାରାଦୀପ ବନ୍ଦର କୁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନରେ ପହଂଚାଇବା ସହ ବନ୍ଦର ବାସଗୃହ ରକ୍ଷଣାବେକ୍ଷଣ ଓ ମରାମତି, ରାସ୍ତାଘାଟ ର ଉନ୍ନତି ସମେତ ସହର ର ଉନ୍ନତିକରଣ ଉପରେ ଗୁରୁତ୍ୱ ଦେବାର ପ୍ରତିଶୃତି ଦେଇଥିଲେ. ଏହି ସାକ୍ଷାତ ଆଲୋଚନା ରେ ସାମ୍ବାଦିକ ଶଶାଙ୍କ ଆଚାର୍ଯ୍ୟ, ପ୍ରଶାନ୍ତ ରାଉତ, ଅମୀୟ ଦାସ, ସଞ୍ଜୟ ମିଶ୍ର, ରବୀନ୍ଦ୍ର ଜେନା, ଅବିଦ ଖାନ, ରାକେଶ ପଟନାୟକ, ଦୀପକ ଦାସ, ବିବେକାନନ୍ଦ ରାଉତ, ପୁରୁଷୋତ୍ତମ ଶତପଥି, ସଦାନନ୍ଦ ବେହେରା, ପ୍ରଭାତ ମହାପାତ୍ର, ବିଶ୍ୱନାଥ ବଳ, ରାଜେନ୍ଦ୍ର ଶୁକ୍ଲା, ସୁଧାଂଶୁ ନାୟକ ପ୍ରମୁଖଙ୍କ ସମେତ ବନ୍ଦର ଅଧ୍ୟକ୍ଷ ଙ୍କ ବ୍ୟକ୍ତିଗତ ସଚିବ ମୃତ୍ୟୁଞ୍ଜୟ ମିଶ୍ର ଓ ଜନସମ୍ପର୍କ ପ୍ରବନ୍ଧକ ରତିକାନ୍ତ ନାୟକ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ