ନୂତନ ବର୍ଷରୁ ଆରମ୍ଭ ହେବ ଝୋଲରୀ ଗ୍ରାମର “ଜୟ କିଷାନ ସେବାଶ୍ରମ”

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଝୋଲରୀ ଗ୍ରାମରେ ପ୍ରତିଷ୍ଠା ହୋଇଥିବା “ଜୟ କିଷାନ ସେବାଶ୍ରମ” ପକ୍ଷରୁ ନୂତନ ବର୍ଷରେ ଜରାନିବାସ ପାଇଁ ଅସହାୟ ବୃଦ୍ଧ- ବୃଦ୍ଧା ମାନଙ୍କୁ ଗ୍ରହଣ କରି ସେମାନଙ୍କ ସେବା ଯତ୍ନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପ୍ରତିଷ୍ଠାନର ସଂସ୍ଥାପକ କାର୍ତ୍ତିକେଶ୍ବର ବିଷୋୟୀ ଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ବରିଷ୍ଠ ସମାଜସେବୀ ତଥା ବ୍ରହ୍ମପୁର ମହାନ୍ ସଂଘର ସଭାପତି ତଥା ବିଶ୍ୱ ନିକେତନ (ଜରାଶ୍ରମ) ର ପ୍ରତିଷ୍ଠାତା ସୁଶାନ୍ତ କୁମାର ସାବତ ଯୋଗଦେଇ ନୂତନ ଭାବେ ଗ୍ରହଣ କରିବାକୁ ଥିବା ଅସହାୟକୁ କିପରି ଯତ୍ନ କରାଯିବ ସେ ସମ୍ପର୍କରେ ସୂଚନା ଦେଇଥିଲେ। “ମାନବ ସେବା ହିଁ ମାଧବ ସେବା” ଏହି ଚିନ୍ତାଧାରାରେ ଅସହାୟ ବ୍ୟକ୍ତିଙ୍କୁ ସେବା ଯୋଗାଇ ଦେବା ହେଉଛି ଜରଶ୍ରମର ଧର୍ମ। କାର୍ଯ୍ୟକ୍ରମରେ ଅଞ୍ଚଳର ସମାଜସେବୀ ହରି ପ୍ରସାଦ ମାଲଣା, ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ମହେନ୍ଦ୍ର କୁମାର ପୋଲାଇ, ବସନ୍ତ କୁମାର ସାହୁ, ଶାନ୍ତୁନୁ କୁମାର ନାୟକ, ବିଜୟ କୁମାର ସେଠୀ, ଅଭିମନ୍ୟୁ ଡାକୁଆ, ପାଣୁ ଚରଣ ନାୟକ, ମହେଶ୍ବର ଜେନା ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ୨୦୨୨ ମସିହାର ଜାନୁଆରୀ ମାସରେ ଜରାନିବାସରେ ଅସହାୟ, ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ନେଇ ଗୃହ ପ୍ରବେଶ ଉତ୍ସବ ସମ୍ପର୍କରେ ଆଲୋଚନା କରା ଯାଇଥିଲା ।ଉକ୍ତ ଜରାନିବାସରେ ରହିବାକୁ ଇଚ୍ଛୁକ ଅସହାୟ, ବୃଦ୍ଧ ଓ ବୃଦ୍ଧା ନିଜ ନିଜର ନାମ ପଞ୍ଜିକରଣ କରିବା ପାଇଁ ସେମାନେ ମୋବାଇଲ ନମ୍ବର ୭୦୦୮୦୬୩୧୭୦ ଓ ୯୯୩୮୨୩୬୨୮୦ ରେ ଯୋଗାଯୋଗ କରିବା ପାଇଁ ଜରାନିବାସର ପରିଚାଳକ ଶ୍ରୀ ବିଷୋୟୀ ସୂଚନା ଦେଇଥିଲେ । ଶେଷରେ ସନ୍ତୋଷ କୁମାର ସ୍ବାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ