ନୂତନ ବର୍ଷର ବନ୍ଧୁମିଳନ ଯାଦବ ସଙ୍ଘ ଅସୁରାଳିରେ ଜୟ ଯାଦବ ଜୟ ମାଧବ କାର୍ଯ୍ୟକ୍ରମ
ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ରବିବାର ଅପରାହ୍ନ 3ଘଟିକା ସମୟରେ ଧାମନଗର ବ୍ଳକ ଯାଦବ ମହାସଭାର ନବବର୍ଷ ବନ୍ଧୁମିଳନ କାର୍ଯ୍ଯକ୍ରମ ଅସୁରାଳି ଜୋନ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ରବିନ୍ଦ୍ର ନାଥ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ଯ ଅତିଥି ଭାବେ ବ୍ଲକ କାର୍ଯ୍ୟକାରୀ ସଭାପତି ଅନିଲ କୁମାର ବାରିକ ଯୋଗ ଦେଇ ଥିଲେ । ପ୍ରାରମ୍ଭରେ ବ୍ଲକ ସମ୍ପାଦକ ମାଧବ ଚନ୍ଦ୍ର ଖଟୁଆ ନବବର୍ଷର ଅଭିନନ୍ଦନ ଜଣାଇବା ସହିତ ନୂତନ କାଲେଣ୍ଡର୍ ପ୍ରସ୍ତୁତି ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆଗାମୀ ୬ ତାରିଖରୁ ୮ତାରିଖ ୩ଦିନ ବ୍ୟାପି କୋରୁଆ ଠାରେ ମାଗଣା ଯୋଗ ଚିକିତ୍ସା ଶିବିର ଆୟୋଜନ ୨୬ତାରିଖ ସ୍ବଛ ଭାରତ କାର୍ଯ୍ୟକ୍ରମ ଓ ଅନାଥାଶ୍ରମରେ ଖାଦ୍ଯ ପ୍ରଦାନ ଏବଂ ୩୧ତାରିଖ ରକ୍ତଦାନ ଶିବିର ଆୟୋଜନ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ଧାମନଗର ଠାରେ ଏକ ଯାଦବ ଭବନ ନିର୍ମାଣ ଏବଂ ଏକ ଗୋଶାଳା ପ୍ରତିଷ୍ଠା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ଆଗାମୀ ପଞ୍ଚାୟତ ନିର୍ବାଚନରେ ଯାଦବ ସମାଜ ମୁଖ୍ଯ ଭୂମିକା ଗ୍ରହଣ କରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।ସମାଜରେ ଯାଦବ ମାନଙ୍କର ବଳିଷ୍ଠ ଭୂମିକା ରହିଛି ବୋଲି ସମସ୍ତେ ବକ୍ତବ୍ୟରେ କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଲଲାଟେନ୍ଦୁ ଦାସ ଆଶୁତୋଷ ଦାସ ରାଜେନ୍ଦ୍ର ବୋଇତି ଅଭିଜିତ ପୁଣ୍ଟିଆ ସୁନିଲ ଦାସ କୈଳାସ ପରିଡା ରାମଦାସ ଅରୁଣ ବେହେରା ପବିତ୍ର ପରିଡା କୈଳାସ ବେହେରା ଗୌରାଙ୍ଗ ଖିଲାର ଧ୍ରୁବ ଦାସ ଭାଗିରଥି ଦାସ ନାରାୟଣ ବାରିକ ଗୌରୀଶାମ ପରିଡା ପ୍ରଶାନ୍ତ ବେହେରା ବ୍ଲକ ଯୁବ ସଭାପତି ଶୁକଦେବ ବେହେରା ଛାଯ୍ଆକାନ୍ତ ପୁଣ୍ଟିଆ ମହେନ୍ଦ୍ର ବେହେରା ଅମର ବେହେରା କୌଶଲ୍ୟା ବାରିକ ହାଡିବନ୍ଧୁ ଦାସ ଚିତରଞ୍ଜନ ଦାସ ରାଜୀବ ଲୋଚନ ଦାସ ଖେତ୍ରବାସି ବାରିକ ରଞ୍ଜନ କୁମାର ବେହେରା ସତ୍ଯମୂର୍ତୀ ବେହେରା ଦୀନବନ୍ଧୁ ଦାସ ଅବଧୂତ ଦାସ ଅଶୋକ କୁମାର ଦାସ ସନ୍ତୋଷ ପଲାଇ ତ୍ରିଲୋଚନ ଦାସ ରମାକାନ୍ତ ମହାକୁଡ ରାଜକିଶୋର ମହାକୁଡ ରବୀନ୍ଦ୍ର ମହାକୁଡ ଦେବେନ୍ଦ୍ର ବେହେରା ବ୍ୟାଙ୍କ ମାନେଜର ଅମରେଶ ପଲାଇ ପିତାମ୍ବର ପରିଡା ବିଶିଷ୍ଟ ଶିକ୍ଷାବିତ୍ ସତ୍ଯସୁନ୍ଦର ପରିଡା ପ୍ରଦୀପ କୁମାର ବାରିକ ସାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।