ନୂତନ ବର୍ଷ ଉପଲକ୍ଷେ ସାଧନା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ଶନିବାର ଦିନ ଦିବ୍ୟଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ନୂତନ ବର୍ଷ ଉପଲକ୍ଷେ ଗଜପତି ନଗର ନିକଟସ୍ଥ ତୃତୀୟ ଲାଇନ୍, କଳିଙ୍ଗବୈଶ୍ୟ ନିକଟରେ ସହ ନୂତନ ବର୍ଷ ୨ଠ୨ଠ ଉପଲକ୍ଷେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁଗୋବିନ୍ଦଙ୍କ ଅପାରକୃପାରୁ ୨ଠ୨ଠ ମସିହା ସମସ୍ତଙ୍କର ସାମାଜିକ, ପାରିବାରିକ, ଆର୍ଥକ, ମାନସିକ, ଶାରୀରିକ ଏବଂ ସମସ୍ତ ପ୍ରକାର ଉନ୍ନତି ନିମନ୍ତେ ପ୍ରାର୍ଥନାସହ ୨ଠ୧୯ ମସିହାକ ୁବିଦାୟ ଦେଇ ଆର୍ଥିକସଙ୍କଟ ଦୂର କରିବା ସହ ବର୍ତମାନ ଯେଉଁ ଅଶାନ୍ତ ଦେଖାଦେଇଛ ତାହା ଶାନ୍ତ ହେବା ନିମନ୍ତେ ଓ ପୁନର୍ବାର ନ ହେବା ପାଇଁ ଶାନ୍ତିମନ୍ତ୍ର ପାଠକରାଯାଇଛି । ତତ୍ ସହିତ ଗୋପାଳ ବେଳେ ଭୂମିରେ ସମ୍ବାଦିକଭାଇ (ଜନପ୍ରତିନିଧି ମାନଙ୍କୁ) ଯେଉଁ ଅପମାନ କୁ ଘୋର ନିନ୍ଦା କରିବା ସହ ପୁନର୍ବାର ଏଭଳି ପରିସ୍ଥିତି ନ ହେବାପାଇଁ ପ୍ରାର୍ଥନା କରାରାଇଛି । ପ୍ରାତଃ ଜୟ ଗଣେଶ କୀର୍ତନ, ଗୁରୁସ୍ତୋତ୍ର, ଜପଧ୍ୟାନ, ୧୦୮ ହନୁମାନ ଚାଳିଶା ପାଠ, ବିଶ୍ୱ ପ୍ରାର୍ଥନା, ବିଭୂ ପ୍ରାର୍ଥନା, ଗାୟତ୍ରୀ ମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର, ସଫଳତା ମନ୍ତ୍ର, ଦେବୀ ମନ୍ତ୍ର ସହସାରବିଶ୍ୱରମଙ୍ଗଳକାମନା ନିମନ୍ତେ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା । ବର୍ତମାନ ସମାଜଏତେକଳୁଷିତହୋଇଯାଇଛି ଯେ ତାହାକୁଯେତେ ଆଧ୍ୟାତ୍ମିକକାର୍ଯ୍ୟକ୍ରମକଲେଶୁଦ୍ଧାଲୋକଙ୍କଜୀବନରେ ପରିବର୍ତନ ଆସିପାରୁନି । ତେଣୁ ବାରମ୍ବାର ଏହିଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରବଚନ କରିବା ଦ୍ୱାରା ମନ ଶାନ୍ତ ହୋଇ ଏକାଗ୍ରତା ହେଲେ ହେଁ ଈଶ୍ୱରଙ୍କ ନିକଟତର ହେବା ସହ ଈଶ୍ୱର ସାକ୍ଷାତକାର ହୋଇପାରିବ । ଯେଉଁ ପର୍ଯ୍ୟନ୍ତ ଛନ୍ଦ ମନ୍ଦ କୂଟ କପଟ ଛାଡ଼ି ପାରୁନାହୁଁ ସେ ପର୍ଯ୍ୟନ୍ତ ଯେତେ ଯାହାକଲେ ସୁଦ୍ଧା ମୂଲ୍ୟହୀନ ତେଣୁଗୋସ୍ୱାମୀତୁଳସୀ ଦାସ ମହାରାଜ କହିଲେ “ମନକାମନାସିଦ୍ଧି ନରପାୱାଯୋୟହ କପଟ ତଜ ଗାୱା” ଯିଏ ଛନ୍ଦ ମନ୍ଦ କୂଟ କପଟ ଛାଡ଼ି ଭଗବାନଙ୍କ ନାମ ଗୁଣଗାନ କରିଥାଏ ସିଏ ଅତି ସହଜରେ ଭଗବାନଙ୍କୁ ପାଇଥାଏ । କିନ୍ତୁ ଆଜିକାଲି ସମସ୍ତେଭକ୍ତିକମ୍ ଦେଖାଣିଆ ଅଧିକ ତେଣୁ ପ୍ରକୃତ ଫଳ ପ୍ରଦରୁ ବଂଚିତହୋଇଛନ୍ତି । ମୁଁ ବକ୍ତା ମୋ କଥା ସବ ଶୁଣନ୍ତ ଏହା ହେଉଛି ନୀଚ ଅହଂକାର ତେଣୁ ଏଭଳି ଲୋକଙ୍କଠୁ ଦୂରରେ ରହିବା ଆବଶ୍ୟକ ନହେଲେ ନିଜର ସାଧନା ମଧ୍ୟ ନଷ୍ଟ ହୋଇଯିବ ବୋଲି ସ୍ୱାମୀଜୀ ମହାରାଜ କହିଥିଲେ । ଏହିକାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ଦାଶ, ଦୀନବନ୍ଧୁ ପଣ୍ଡା, ବିଶ୍ୱନାଥ ପାଢ଼ୀ, ବାସୁବାରାଜୁଙ୍କ ସମେତ ଅଧିକରୁ ଅଧିକଯୋଗଦାନ କରିଥିଲେ । ପରିଶେଷରେ ନୂତନ ବର୍ଷମଙ୍ଗଳମୟ ହେଉ ବୋଲ ିସ୍ୱାମୀଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


