ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା ଜଣାଇଲା ଶିକ୍ଷକ ସଂଘ

ବନ୍ତ,(ଚାନ୍ଦିନୀ ମହାନ୍ତି) : ସୋମବାର ବନ୍ତ ବ୍ଳକର ନୂତନ ଶିକ୍ଷାଧିକାରୀ ଅଧିର କୁମାର ତରେଇଙ୍କୁ ବ୍ଳକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ଏହି ସମ୍ବର୍ଦ୍ଧନା ସମାରୋହରେ ସେକ୍ସନ ଅଫିସର ମଦନ ମୋହନ ନାୟକ, ଜିଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାସ୍କର ଚନ୍ଦ୍ର ପାଢୀ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଗୌରୀ ଶଙ୍କର ସରୋଜ କୁମାର ଜେନା, ସଂପାଦକ ମଙ୍ଗରାଜ ଧର୍ମେନ୍ଦ୍ର ନାରାୟଣ ଜେନା, ପନ୍ଦାଡୋସ୍ଥିତ ସୁବର୍ଣ୍ଣେଶ୍ୱର ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାଗିରଥି ସେଠୀ, ତୁଣ୍ଡା ୟୁଜିଏମଇ ସ୍କୁଲର ପ୍ରଧାନ ଶିକ୍ଷକ ଅନାମ ଚରଣ ସେଠୀ, ଚାରିତୀରା-କାଜିପୋଖରୀ ଉପ୍ରା ବିଦ୍ୟାଳୟ ଶିକ୍ଷକ ସୁଧିର କୁମାର ରାଉତ, ପାନପଦୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କମଳା ପତି, ରଇଁତୀରା ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଜେନା, ହରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ରାଉତ, ତରାପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବାରିକ, ଗୋହିରାପଦୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୀନବନ୍ଧୁ ରାଉତ, ନରାଜପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ବାରିକ, ଧନିଓଝା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବନ୍ତ ବ୍ଲକକୁ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ତ୍ରିସ୍ତରରେ ଏକ ନମ୍ବର କରାଇବା ସହିତ ୩ଟି ସର୍କଲରେ ପ୍ରଧାନ ଶିକ୍ଷକ ମାନଙ୍କର ବୈଠକ ଡକାଇ ସଚେତନ କରାଯିବାକୁ ନିଷ୍ପତି ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ