ନୂତନ ବିଜେପି ମଣ୍ଡଳ ସଭାପତି ଓ ଜିଲ୍ଲା ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ଆଦିବାସୀ ସଂଗ୍ରାହଳୟ ସଭାଗୃହ ଠାରେ ଭାରତୀୟ ଜନତା ପାର୍ଟିର ନୂତନ ଜିଲ୍ଲା ସଭାପତି ଶିବ ମୁଦୁଲି ଏବଂ ବିଭିନ୍ନ ମଣ୍ଡଳର ସଭାପତି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।କୋରାପୁଟ ବିଧାୟକ ରଘୁରାମ ମାଛ, ପୂର୍ବତନ ବିଧାୟକ କୈଳାସ କୁଲେସିକା,ପୂର୍ବତନ ଜିଲ୍ଲା ବିଜେପି ସଭାପତି ସୁମନ୍ତ କୁମାର ପ୍ରଧାନ ଓ ବିଜୟ କୁମାର ମିଶ୍ର,ବିଜେପି ନେତା କାଳୀରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାର ସମସ୍ତ ବିଜେପି ନେତା ଓ କର୍ମୀ ମାନେ ଯୋଗଦେଇ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ପରେ ନୂତନ ସଭାପତି ଶିବ ମୁଦୁଲି ମଞ୍ଚରେ ଉପସ୍ଥିତ ରହି କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ। ପଞ୍ଚାୟତ ତଥା ବୁଥ ସ୍ତରରେ କିପରି ସଙ୍ଗଠନ ସୁଦୃଢ଼ କରାଯାଇ ପାରିବ ସେଥି ନିମନ୍ତେ ଏବେଠାରୁ ଦଳୀୟ କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି ।ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ଦଳୀୟ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବାକୁ ସେ ନିବେଦନ କରିଥିଲେ।ସହ ନିର୍ବାଚନ ଅଧିକାରୀ ତ୍ରିନାଥ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।