ନୂତନ ବିଜେପି ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
କୋରାପୁଟ, (ହେମନ୍ତ ପାଣଗ୍ରାହୀ) : କୋରାପୁଟ ଜିଲ୍ଲାର ଦକ୍ଷ ଆଦିବାସୀ ନେତା ଶିବ ମୁଦୁଲି ଙ୍କୁ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଭାବେ ଗତକାଲି ଘୋଷଣା କରାଯାଇଥିଲା।ଆଜି ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ବିଜେପି କର୍ମକର୍ତ୍ତା ମାନେ ପୁଷ୍ପଗୁଛ ଦେଇ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବିଜେପି ନେତ୍ରୀ ପୂର୍ଣ୍ଣିମା ନାୟକ, ନାଗେଶ୍ଵର ପାଞ୍ଜିଆ, ସିଦ୍ଧାର୍ଥ ମୁଦୁଲିଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।ଏଥି ନିମନ୍ତେ ସେ ରାଜ୍ୟ ଏବଂ କେନ୍ଦ୍ର ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଥିଲେ। ପୁରୁଣା ଓ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଏକତ୍ରିତ କରି ସଂଗଠନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ନିମନ୍ତେ ଏବେଠାରୁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ଗତକାଲି ରାଜ୍ୟ ବିଜେପିର ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏକ ପ୍ରେସ ଇସ୍ତାହାରରେ ଜିଲ୍ଲା ସଭାପତିଙ୍କ ନାମ ସୂଚିତ କରିଥିଲେ।ପୂର୍ବତନ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର, କୋରାପୁଟ ନଗର ସଭାପତି ୱାଇ ସତ୍ୟ ନାରାୟଣ,ପୂର୍ବତନ ସଭାପତି ଜୟରାମ ଗରଡ଼ା,ସହ ନିର୍ବାଚନ ଅଧିକାରୀ ତ୍ରିନାଥ ପଣ୍ଡା ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।