ନୂତନ ବ୍ଲକ ଯୁବ ବିଜେଡି ସଭାପତି ଙ୍କୁ ସମ୍ବର୍ଦ୍ଧନା
ରାଇକିଆ,(ଓ୍ବାଇଏନ୍ଏସ୍): କନ୍ଧମାଳ ଜିଲ୍ଲା ରାଇକିଆ ଥରେ ନୂତନ ଭାବେ ମନୋନୀତ ହୋଇଥିବା ବ୍ଲକ ଯୁବ ବିଜେଡ଼ି ସଭାପତି ସୁଧାଂଶୁ ପାଣିଗ୍ରାହୀ ଙ୍କୁ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଙ୍କ ଦ୍ଵାରା ସମ୍ବର୍ଦ୍ଧନା ଦିଆ ଯାଇଛି । ତାଙ୍କୁ ଏହି ଦାୟିତ୍ବ ଦିଆଯାଇଥିବାରୁ ସେ ଏହାକୁ ନିଷ୍ଠାର ସହ ତୁଲାଇବା ପାଇଁ ପ୍ରତିଶୃତି ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥି ସହ ନୂତନ ଭାବେ ମନୋନୀତ ଛାତ୍ର ସଭାପତି ରୋଷନ ନାୟକ ଏବଂ ଯୁବ ବିଜେଡ଼ି ସମ୍ପାଦକ ମିଥୁନ ଦିଗାଲ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ଜୟାନନ୍ଦ ନାୟକ, ବ୍ଲକ ବିଜେଡ଼ି ସଭାପତି ରାଜ ମୋହନ ଦିଗାଲ , ଜିଲା ପରିଷଦ ସଭ୍ୟ ମୃତୁଞ୍ଜୟ ପାତ୍ରଏଵଂ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ ।


