ନୂତନ ବ୍ଲକ ଶିକ୍ଷାଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକର ନୂତନ ବ୍ଲକ ଶିକ୍ଷାଧିକାରୀ ଭାବେ ସୀତାରାମ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଛତ୍ରପୁର ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ତାଙ୍କରି ପଦୋନ୍ନତି ହୋଇ ଏହି ବ୍ଲକର ହିଁ ବ୍ଲକ ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱରେ ଥିବା ଅବିନାଶ ଶତପଥୀଙ୍କୁ ମାଲକାନଗିରି ବ୍ଲକ ଶିକ୍ଷାଧିକାରୀ ଭାବେ ବଦଳି ହୋଇଛି । ଆଜି ଶ୍ରୀ ପାତ୍ରଙ୍କୁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇବା ସହ ଛତ୍ରପୁର ବ୍ଲକ ମିଳିତ ଶିକ୍ଷକ ସଂଘ ସମତେ ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏହାସହିତ ବ୍ଲକ ଗ୍ରାଣ୍ଟ ଶିକ୍ଷକ ମାନଙ୍କ ତରଫରୁ ମଧ୍ୟ ନୂତନ ବିଇଓଙ୍କୁ ସ୍ୱାଗତ ଜଣାଇଛନ୍ତି ।