ନୂତନ ବ୍ଳକ ଶିକ୍ଷାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ନାଉଗାଁ, (ଯୁଗାବ୍ବ ନ୍ୟୁଜ) : ନାଉଗାଁ ବ୍ଳକ ଶିକ୍ଷାଧିକାରୀ ଭାବେ ମାଗୁଣୀ ଚରଣ ମହାନ୍ତି ଯୋଗ ଦେବା ପରେ ବିଭିନ୍ନ ଶିକ୍ଷକ ସଙ୍ଗଠନ ପକ୍ଷରୁ ଗୁରୁବାର ତାଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସିଟି ସଂଘ ପକ୍ଷରୁ ଶାରଦା ଓଝା ଓ ରୁଦ୍ର ପ୍ରସାଦ ସ୍ୱାଇଁ, ଶିକ୍ଷକ ସମନ୍ୱୟ କମିଟି ପକ୍ଷରୁ ସନ୍ତୋଷ କୁମାର ସ୍ୱାଇଁ, ଆଶିଷ ଜେନା,କୃତିବାସ ରାଉତ,କମଳ ଲୋଚନ ମହାନ୍ତିଙ୍କ ସମେତ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା,ବାଇଧର ତ୍ରିପାଠୀ ପ୍ରମୁଖ ବିଇଓଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।