ନୂତନ ଭୋଟର ପଞ୍ଜିକରଣ ନିମନ୍ତେ ସଚେତନତା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ଜନତା ଯୁବମୋର୍ଚ୍ଚା ଆହ୍ବାନ କ୍ରମେ ସାରା ରାଜ୍ୟରେ ୧୮ ବର୍ଷ ହେଉଥିବା ନୂତନ ଭୋଟର୍ ପଞ୍ଜିକରଣ କାର୍ଯ୍ୟକ୍ରମ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ଏନେଇ ଆଜି ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ନିକଟରେ ରାଜ୍ୟଯୁବ ମୋର୍ଚ୍ଚା ସଭାପତିଙ୍କ ଅଭିଳାଷ ପଣ୍ଡା ଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଡି ସୁରେଶ ରେଡ୍ଡୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର, ରବି ରାଓ,ଛତ୍ରପୁର ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ରିତେଶ ସେନାପତି, ସନ୍ତୋଷପୁର ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ରୁଦ୍ର ପ୍ରସାଦ ମିଶ୍ର , ସୁନିଲ ବେହେରା , ସନ୍ତୋଷ ରେଡ୍ଡୀ, ମଦନ ରେଡ୍ଡୀ,କିଶୋର କୁମାର ସାହୁ , ମୋନାଜ୍ ମହାରଣା , ମାତା ପ୍ରସାଦ ନାୟକ, ଦେବୁନ ପଟ୍ଟନାୟକ,ଅସିତ୍ ମହାରଣା ପ୍ରମୁଖ ଉପସ୍ଥିତି ରହି ଯୁବ ଭୋଟର ମାନଙ୍କୁ ପଞ୍ଜିକରଣ ଉପରେ ଦୃଷ୍ଟି ଆକର୍ଷଣ କରି ୮୯୮୦୮୦୮୦୮୦ ନମ୍ବର ରେ ସମ୍ପର୍କ କରି ଭାରତୀୟ ଜନତା ପାର୍ଟି ରେ ନୂଆ ସଦସ୍ୟ ଯୋଡ଼ିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ