ନୂତନ ମତଦାତାଙ୍କୁ ସଚେତନ କରିବା ଲାଗି ଗଡ଼ିଲା ସଚେତନତା ରଥ

ବାଲେଶ୍ୱର, (ସରୋଜ ପଣ୍ଡା) : ଅଠର ବର୍ଷର କିଶୋର କିଶୋରୀ ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବା ଓ ଭୋଟ ପରିଚୟପତ୍ରରେ ଥିବା ତ୍ରୁଟିଗୁଡିକୁ ସଂଶୋଧନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରଥ ବାଲେଶ୍ଵର ସହର ଓ ଆଖପାଖ ପଞ୍ଚାୟତରେ ଗଡ଼ିବା ଆରମ୍ଭ କରିଛି Iବାଲେଶ୍ୱର କଲେକ୍ଟୋରେଟ୍ ଠାରେ ସକାଳ ଘ. ୧୦ ଟା ସମୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ରଥକୁ ପତାକା ଦେଖାଇ ଗଡିବାକୁ ଅନୁମତି ଦେଇଥିଲେ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚହ୍ୱାନ, ଡେପୁଟି କଲେକଟର (ନିର୍ବାଚନ) ସୁଶ୍ରୀ ଗାୟତ୍ରୀ ସୋରେନ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତଙ୍କ ସମେତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ