ନୂତନ ମନ୍ଦିର ନିର୍ମାଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଗତ କିଛି ମାସ ହେଲା ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ନୂତନ ମନ୍ଦିର ନିର୍ମାଣରେ ନିଜ ନିଜକୁ ସାମିଲ କରିବା ପାଇଁ ବହୁ ଭକ୍ତ ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ଏହି ପରିପ୍ରେକ୍ଷୀରେ ଗତକାଲି ବାହୁଡ଼ାଯାତ୍ରା ଅବସରରେ ଜଗନ୍ନାଥଙ୍କ ଜଣେ ଭକ୍ତ ପ୍ରବୀଣ କୁମାର ତାଙ୍କ ବାପା ସ୍ବର୍ଗତ ବିଏସ ରାଓଙ୍କ ସ୍ମୃତିରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି. ପାରଳା ଜଗନ୍ନାଥ ମନ୍ଦିର ନିର୍ମାଣ କମିଟିର ସେବକ ଏବଂ ଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଢ଼ୀଙ୍କୁ ପ୍ରବୀଣ ଏହି ଅର୍ଥ ପ୍ରଦାନ କରିଛନ୍ତି. ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଥିବା ଭକ୍ତ ପ୍ରବୀଣ କୁମାର ଓ ତାଙ୍କର ପରିବାରବର୍ଗଙ୍କୁ ମନ୍ଦିର ନିର୍ମାଣ କମିଟି ତରଫରୁ ସାଧୁବାଦ ଜଣାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ