ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହଯୋଗର ହାତ ବଢ଼ି ଚାଲିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହଯୋଗର ହାତ ବଢ଼ି ଚାଲିଛି. ଆଜି ପାରଳାଖେମୁଣ୍ଡି ସହର କୃଷ୍ଣ ନଗରର ଦୁର୍ଗା ମାଧବ ରଥ ଓ ତାଙ୍କ ପତ୍ନୀ ନୀଳିମା ଦାସ ନୂତନ ମନ୍ଦିର ନିର୍ମାଣ ସକାଶେ ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି. ସେହିପରି ପାରଳାଖେମୁଣ୍ଡି ସହରର ନିବେଦିତା ରଥ ୨୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରି ନୂତନ ମନ୍ଦିର ନିର୍ମାଣରେ ସହାଭାଗିନୀ ହୋଇଛନ୍ତି. ମନ୍ଦିର ନିର୍ମାଣ କମିଟିର ସଦସ୍ୟ ଏବଂ ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀ ଏହି ଅର୍ଥ ରାଶି ଏବଂ ଚେକ ଗ୍ରହଣ କରିଛନ୍ତି.ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମଦିର ନିର୍ମାଣରେ ସହାଭାଗିନୀ ହୋଇଥିବା ଏହି ୨ ପରିବାରଙ୍କୁ କମିଟି ତରଫରୁ ସାଧୁବାଦ ପ୍ରଦାନ କରାଯାଇଛି.