ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଦିଗପହଣ୍ଡି ଅଞ୍ଚଳ କଲୋନୀ ଉତ୍ସବ ମୁଖର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଏନ୍ ଏସି  ୧ ନଂ ୱାର୍ଡ ଅଞ୍ଚଳ କଲୋନୀ ନୀଳାଦ୍ରି ବିହାର , ଭୀମ ନଗର ନିକଟରେ ଗୁରୁବାର ଠାରୁ ୪ ଦିନ ବ୍ୟାପୀ  ଶ୍ରୀ ଜଗନ୍ନାଥ , ଶ୍ରୀ ବଳଭଦ୍ର , ଦେବୀ ସୁଭଦ୍ରା , ଶ୍ରୀ ମହାଲକ୍ଷ୍ମୀ ,ଶ୍ରୀ  ସିଦ୍ଧ ବିନାୟକ ଓ ଶ୍ରୀ ହନୁମାନଙ୍କ ନୂତନ ମନ୍ଦିର  ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ସମଗ୍ର ଅଞ୍ଚଳ କଲୋନୀ ଉତ୍ସବ ମୁଖର ହୋଇଥିବା ବେଳେ ପ୍ରଥମ ଦିବସରେ ୧୦୮ ମହିଳା ଶ୍ରଦ୍ଧାଳୁ  କଳସ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ଦିଗପହଣ୍ଡି ଗଡ଼ ଚୈତନ୍ୟ ପୁର ଶାସନ ସାହି ବାସିନ୍ଦା ବିଦ୍ୱାନ ପଣ୍ଡିତ ସ୍ବର୍ଗତ ସୁଦର୍ଶନ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ମିଶ୍ର ଏହି ଭବ୍ୟ ମନ୍ଦିର ନିର୍ମାଣ କରିଥିବା ବେଳେ ଗୁରୁବାର ଠାରୁ  ପ୍ରତିଷ୍ଠା କର୍ମ କର୍ମାଣି ଆରମ୍ଭ ହୋଇଯାଇଛି ।  ବରିଷ୍ଠ ପଣ୍ଡିତ ଓ ପୁରୋହିତ ମାନଙ୍କ ଉପସ୍ଥିତି ରେ ଶ୍ରଦ୍ଧାଳୁ ମହିଳା ମାନେ ସହରର  ବଡବନ୍ଧ ପୋଖରୀରୁ ଗଙ୍ଗାମାତାଙ୍କୁ ଆବାହନ କରି ବିରାଟ କଳସ ଶୋଭାଯାତ୍ରାରେ କୀର୍ତ୍ତନ ଓ ବାଦ୍ୟ ବାଜଣା ରେ ଗ୍ରାମ ପରିକ୍ରମା କରିଥିଲେ । କଳସ ଶୋଭାଯାତ୍ରା  ମନ୍ଦିର ପରିସରରେ ପହଞ୍ଚିବା ପରେ ବନଯୋଗ , ମଣ୍ଡଳକରଣ ଓ ଅଙ୍କୁରାରୋପଣ , ହୋମ ଯଜ୍ଞ ପୂଜା ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞରେ ମୃତ୍ୟୁଞ୍ଜୟ ମିଶ୍ର ଓ ଧର୍ମପତ୍ନୀ ରାଜଲକ୍ଷ୍ମୀ ମିଶ୍ର କର୍ତ୍ତା ରୂପେ  ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବରେ  ବ୍ଯମୋକେଶ ମିଶ୍ର , ସ୍ବାତିଲେଖା ମିଶ୍ର , ସତ୍ଯାଲୋକ ଦାସ , ଲିପ୍ସା ରାଣୀ ଦାସ , ଭବାନୀ ଶଙ୍କର ମିଶ୍ର , ସୀତାକାନ୍ତ ମିଶ୍ର , ରଜନୀ କାନ୍ତ ମିଶ୍ର , ସରୋଜ କାନ୍ତ ମିଶ୍ର ଙ୍କ ସମେତ ଏମ.ପି ପ୍ରତିନିଧି ନିରୁପମା ପଟ୍ଟନାୟକ,କାଳିଆ ବେହେରା,ନୀଳକଣ୍ଠ ପଟ୍ଟନାୟକ,ରଞ୍ଜିତ ବେହେରା ଙ୍କ ସମେତ ବହୁ ସଂଖ୍ୟକ କଲୋନୀ ବାସିନ୍ଦା  ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ