ନୂତନ ମାଛ ଆରିଅସୋମା ତାମିଲିକମ ଆବିଷ୍କାର

ଭୁବନେଶ୍ୱର, (ୱାଇଏନଏସ):ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର (ଜେଡ ଏସ ଆଇ ) ଏବଂ ନ୍ୟାସନେଲ ବ୍ୟୁରୋ ଅଫ ଫିସ ଜେନେଟିକ ରିସୋରସେସ (ଏନବିଏଫଜିଆର)ର ମିଳିତ ସହଯୋଗରେ ନୂତନ ମାଛ ଆରିଅସୋମା ତାମିଲିକମ ଆବିଷ୍କାର ଆରିଅସୋମା ବଂଶର ଏକ ନୂତନ କୋଚିଆ ପ୍ରଜାତି ତାମିଲନାଡୁ ଉପକୂଳରୁ ଆବିଷ୍କାର କର ଯାଇଛି l ବୈଜ୍ଞାନିକ ଡ଼ ଅନିଲ ମହାପାତ୍ର କହିଛନ୍ତି ଏହି ନୂତନ ମାଛର ନାମ “ଆରିଅସୋମା ତାମିଲିକମ” ନାମ ରଖା ଯାଇଛି କାରଣ ଏହା ତାମିଲନାଡୁ ଉପକୂଳ ରୁ ମିଳିଥିଲା। ଭାରତୀୟ ଜଳରେ ଆରିଓସୋମା ଡୋଲିକୋପ୍ଟରମ୍ ର ପରିଚୟ ସଂଶୋଧିତ ହୋଇଛି | ଆଗରୁ ଭାରତରୁ ମିଳିଥିବା ଆରିଓସୋମା ଡୋଲିକୋପ୍ଟରମ୍ ହେଉଛି ଏହି ନୂତନ ପ୍ରଜାତି ଆରିଓସୋମା ତାମିଲିକମ୍। ଆରିଓସୋମା ତାମିଲିକମ୍ ତାଇୱାନ ଜଳରୁ ଆରିଓସୋମା ଇମ୍ମାଏ ସହିତ କିଛି ଭାବରେ ଜଡିତ କିନ୍ତୁ ମାଇଟୋକଣ୍ଡ୍ରିଆଲ୍ ସିଓ 1 ଜିନ୍ କ୍ରମରେ 13.4% ଜେନେଟିକ୍ ଭିନ୍ନତା ପ୍ରଦର୍ଶନ କରେ | ନୂତନ ପାଇଁ ଆନୁଷ୍ଠାନିକ ବର୍ଣ୍ଣନା | ଶରୀର ପ୍ରାୟ ଦୁଇ ରଙ୍ଗ, ଉପର ପଟ ମାଟିଆ କଳା ଏବଂ ତଳ ପାର୍ଶ୍ୱ ଟିକେ ଫିକା। ଆଖିର ମାର୍ଜିନରେ ଏକକ ଧଳା ବ୍ୟାଣ୍ଡ ରହିଛି। ପେକ୍ଟାରାଲ୍ ଫିନ ସ୍ୱଚ୍ଛ |ଏହାର ଶରୀର ରେ ବହୁ ଛୋଟ ଛୋଟ କଳା ବିନ୍ଦୁ ଦାଗ ରହିଛି | ଏହାର ମେରୁଦଣ୍ଡ ସଂଖ୍ୟା 6–8 / 46-47 / 116-121। ଏହି ମାଛ ର ମଧ୍ୟ ଡିଏନଏ ପରୀକ୍ଷା ଏନବିଏଫଜିଆରରେ କରା ଯାଇଥିଲା l ଏହି ମାଛର ଗବେଷଣାରେ ମିଳିତ ଭାବେ ବୈଜ୍ଞାନିକ ଅନିଲ ମହାପାତ୍ର, ବୈଜ୍ଞାନିକ ଥିପ୍ରାମାଲାଇ ଥାଙ୍ଗାପ୍ପାନ ପିଲାଇ ଅଜିତ କୁମାର, ପରମସିଭମ୍ କୋଡେଶ୍ୱରନ୍, ଏବଂ ସ୍ମୃତିରେଖା ଆଚାର୍ଯ୍ୟ କାମ କରିଥିଲେ l ଏହି ମାଛ କୁ ତାମିଲନାଡୁ ଉପକୂଳ ରୁ ପି. କୋଡ଼େଶ୍ୱରନ ଙ୍କ ଦ୍ୱାରା ସଂଗ୍ରହ କରା ଯାଇଥିଲା lଏହାର ମର୍ଫୋଲୋଜି ଏବଂ ମଲିକୁଲାର ଉପରେ ଆଧାରିତ ସବିଶେଷ ବିବରଣୀ ଆନ୍ତରଜାତିକ ଖ୍ୟାତି ସମ୍ପନ୍ନ ପତ୍ରିକା ଜୁ ଟାକ୍ସାରେ ପ୍ରକାଶ ପାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ