ନୂତନ ମୋଟର ଯାନ ଆକ୍ଟ, ହେଲେମେଟ୍ ନପିନ୍ଧିଲେ ଲାଇସେନ୍ସ ରଦ୍ଦ
ମୋଟର ଯାନ ଆଇନରେ ସଂଶୋଧନ କରାଯାଇ ୨୦୧୯ ଶୁକ୍ରବାର ରାମନାଥ କୋବିନ୍ଦ ମଞ୍ଚୁର ଦେଇଛନ୍ତି । ନାବାଳିକା ମାନେ ଯଦି ଗାଡି ଚଳାଇ ଦୂର୍ଘଟଣାର ସମ୍ମୁଖିନ ହ୍ରୁଅନ୍ତି ତେବେ ଅଭିଭାବକ ମାନଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ସଜା ହୋଇପାରେ ଓ ଲାଇସେନ୍ସ ରଦ୍ଦ କରାଯିବ । ନୁଆ କାନୁନ ଆଧାରରେ ଜରୁରୀକାଳିନ ବାହାନକୁ ନଛାଡିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ଓ ବିନା ହେଲମେଟରେ ଗାଡି ଚଳାଇଲେ ୧୦୦୦ ଟଙ୍କା ତଣ୍ଡ ଗଣିବା ସହିତ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ କରାଯିବ ।। ଡ୍ରାଇଭିଙ୍ଗ ଲାଇସେନ୍ସ ବିନା ଗାଡି ଚାଳନା କରୁଥିଲେ ସର୍ବାଧିକ ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ପଡିପାରେ ।


