ନୂତନ ଶିକ୍ଷାର୍ଥୀ ମାନଙ୍କୁ ଏସବି ଫାଉଣ୍ଡେସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଅଧିନସ୍ଥ ପଢ଼ିଆରିପଲ୍ଲୀ ପଞ୍ଚାୟତର ଏସବି ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ନୁତନ ଶିକ୍ଷାବର୍ଷ୨୦୨୨/୨୩ରେ ନାମ ଲେଖାଇଥିବା ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବା ସହିତ ସେମାନଙ୍କୁ ଖାତା, ପେନ ସହ ମିଷ୍ପାନ୍ନ ବଣ୍ଟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ସିଦେ୍ଧଶ୍ୱର ଉପ୍ରା ବିଦ୍ୟାଳୟ, କାହାଳିଆଗଡିଆ ସରକାରୀ ଉଚ୍ଚ ଉନ୍ନୀତ ବିଦ୍ୟାଳୟ, ଧନୁର୍ଜୟପୁର ଓ ପଢ଼ିଆରିପଲ୍ଲୀ  ହାଇସ୍କୁଲ ବଣିଆପଙ୍କ, କୁରାଢ଼ିଘସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦିର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଓ ନବାଗତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ବେହେରା ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଓ ନୈତିକ ଶିକ୍ଷା ଉପରେ ପରାମର୍ଶ ଦେବା ସହ ସରକାରୀ ବିଦ୍ୟାଳୟରେ ଅଧିକରୁ ଅଧିକ ପିଲା କିପରି ନାମ ଲେଖାଇବେ ସେ ସମ୍ପର୍କରେ ଆଲୋଚନା କରିଥିଲେ ।   ଫାଉଣ୍ଡେସର କର୍ମକର୍ତ୍ତା ସୁରେନ୍ଦ୍ର କୁମାର ବେହେରା, ବିଶ୍ୱରଞ୍ଜନ ସାହୁ, କେଶବ ଚନ୍ଦ୍ର ବେହେରା, ଶ୍ରୀକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ