ନୂତନ ଶ୍ରମିକ ଓ କୃଷକ ନୀତିକୁ ଜନ ବିରୋଧି ଦର୍ଶାଇ ସାର ଦେଶରେ ଭାରତ ବନ୍ଦର ପ୍ରଭାବ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): କେନ୍ଦ୍ର ସରକାରଙ୍କ ନୂତନ ଶ୍ରମିକ ଓ କୃଷକ ନୀତିକୁ ଜନ ବିରୋଧି ଦର୍ଶାଇ ସାର ଦେଶରେ ୧୦ ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ ଆହ୍ବାନ କରାଯାଇଥିବା ଭାରତ ବନ୍ଦର ପ୍ରଭାବ ଭଞ୍ଜନଗରରେ ଦେଖିବାକୁ ମିଳିଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି କେନ୍ଦ୍ରିୟ କାର୍ଯ୍ୟାଳୟ,ରାଷ୍ଟ୍ରାୟତ ବ୍ୟାଙ୍କ,ଡାକ କାର୍ଯ୍ୟାଳୟ,ବୀମା କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେବା ସହ ବିକ୍ଷୋବ ପ୍ରର୍ଦଶନ କରାଯାଇଥିଲା। କଂଗ୍ରେସ ଏବଂ ବାମପନ୍ଥି ଦଳ ଏହି ଧର୍ମଘଟକୁ ସର୍ମଥନ ଦେଇଥିବା ବେଳେ ଦଳିୟ କର୍ମୀ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ଗାଡି ମଟରୁକୁ ଅଟକାଇଥିଲେ। ଯାହା ଫଳରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା। ବିକ୍ଷୋଭକାରୀ ମାଷନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ଦୋକାନ ବଜାର ବନ୍ଦ କରିଥିଲେ। କିଛି ସ୍ଥାନରେ ବିକ୍ଷୋଭ କାରୀ ମାନେ ମାଲ ବୋଝୋଇ ଟ୍ରକ୍ ଅଟକାଇବା ସହ କିଛି ପରିବା ବ୍ୟବସାୟୀଙ୍କ ପରିବା ଫୋପାଡି ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ୍ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲେ। ଛୋଟମୋଟ ଘଟଣାକୁ ବାଦ୍ଦେଲେ ବନ୍ଦ ପ୍ରାୟତଃ ଶାନ୍ତି ପୂର୍ଣ୍ଣ ହୋଇଥିଲା। ଡାକ କାର୍ଯ୍ୟାଳୟ ସାମ୍ନାରେ ସୀମାଞ୍ଚଳ ପାତ୍ର ଓ ଶ୍ରମିକ କର୍ମଚାରୀ ସମନ୍ବୟ ସମିତିର ସମ୍ପାଦକ ହରିକୃଷ୍ଣ ସାହୁ,ସିପିଆଇଏମ୍ ନେତା ଅଭିମନ୍ୟୁ ଗୌଡଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଶମ୍ଭୁନାଥ ତ୍ରିପାଠି,ଶତୃଘ୍ନ ସେଠୀ,ମିହିର ପଟ୍ଟନାୟକ ପ୍ରମୁଖ ବହୁ କର୍ମଚାରୀ ସାମିଲ ହୋଇଥିଲେ। ଏହି ଅବସରରେ କଂଗ୍ରେସ ଦଳ ପକ୍ଷରୁ ଭଞ୍ଜନଗର ଡାକ୍ତର ସମସ୍ୟା,ଖାଲିଥିବା ସ୍ଥାନ ପୂରଣ,ବସ୍ଷ୍ଟାଣ୍ଡ୍ ଖୋଲିବା ସମେତ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏଥିରେ ପିସିସି ସଭ୍ୟ ଦେବୀ ବିଷୋୟୀ,ଅଯୋଧ୍ୟା ନାଥ ମହାପାତ୍ର,ବିଦ୍ୟାଧର ପ୍ରଧାନ,ପ୍ରଶାନ୍ତ ବିଷୋୟୀ,ବିସିକେସନ ରାଉତଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ