ନୂତନ ସରପଞ୍ଚଙ୍କ ତାଲିମ ଶିବିର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଡିଆର୍ଡିଏ ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ନୂତନ ସରପଞ୍ଚ ମାନଙ୍କୁ ଏସ୍ଆଇଆରଡି ଓ ଡିଆର୍ଡିଏର ସହଯୋଗିତାରେ ତାଲିମ ପ୍ରଦାନ କରାଯାଇଥିବାର ଜଣାପଡିଛି । ଏହି ତାଲିମ ଶିବିରରେ ଜିଲ୍ଲାର ନୂଆଗଡ, ଆର୍.ଉଦୟଗିରି ଓ ରାୟଗଡ ବ୍ଲକର ନବ ନିର୍ବାଚିତ ସରପଞ୍ଚମାନେ ଯୋଗଦେଇଥିଲେ । ଏହି ତାଲିମ ଶିବିରରେ ‘ପ୍ରେମ’ ସଂସ୍ଥର ବରିଷ୍ଠ କର୍ମୀ ଲାଜାର ଲିମା ଯୋଗ ଦେଇ ଏକ ଆଦର୍ଶ ପଞ୍ଚାୟତ ଓ ବ୍ଲକ ଗଠନରେ ସରପଞ୍ଚମାନଙ୍କ ଭୂମିକାମାନ ଓ ଗ୍ରାମ ଏବଂ ପଞ୍ଚାୟତମାନଙ୍କରେ ବାଲ୍ୟବିବାହ ପ୍ରଥା, ଶିଶୁ ଶ୍ରମିକ, ବିଦେଶ ଚାଲାଣ, ଘରୋଇ ହିଂସା, ଯୌତୁକ ପ୍ରଥା ଆଦି କିପରି ଉଚ୍ଛେଦ ହେବ ସେନେଇ ପୁଙ୍ଖାନୁ ପୁଙ୍ଖ ଭାବେ ବୁଝାଇଥିଲେ । ସେହିପରି ଗ୍ରମ ଓ ପଞ୍ଚାୟତସ୍ଥରରେ ଶିଶୁ ଓ ମହିଳା ମାନଙ୍କୁ ସମ୍ମାନ ଦେଇ ଶିଶୁ ଓ ମହିଳା ବନ୍ଧୁତ୍ୱ ପଞ୍ଚାୟତ ଗଠନ କରି ଏକ ।ଦର୍ଶ ପଞ୍ଚାୟତ ଗଠନ କରିବା ଆଦି ଉପରେ ପ୍ରାଞ୍ଜାଳ ଭାବେ କହିଥିଲେ । ଶିବିରରେ ଡିଆର୍ଡିଏର ଏପିଡି ଦେବେନ୍ଦ୍ର କର ପ୍ରମୁଖଙ୍କ ସହ ବହୁ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ଶିବିର ଅଗଷ୍ଟ ୧୫ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ପର୍ଯ୍ୟାୟକ୍ରମରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କୁ ଏପରି ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି ।


