ନୂତନ ସରପଞ୍ଚଙ୍କ ପ୍ରଥମ ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରଣଜିତ୍ ପଞ୍ଚାୟତ ଠାରେ ନୂତନ ସରପଞ୍ଚ ସୁଜାତା ସାହୁଙ୍କ ଅଧ୍ୟକ୍ଷତାରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମିତି ସଭ୍ୟା ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ଯୋଗେଇ ବିଭିନ୍ନ ଓ୍ଵାଡରେ କାର୍ଯକାରୀ ହେବାକୁ ଥିବା ନୂତନ ପ୍ରକଳ୍ପ ବାବଦରେ ସମୀକ୍ଷା କରିଥିଲେ । ବିଶେଷ କରି ବର୍ତ୍ତମାନ ସମୟରେ ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ଉପରେ ଅଧ୍ୟକ୍ଷା ଗୁରୁତ୍ଵାରୋପ କରିଥିଲେ।ଏହାସହିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଙ୍କ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନାଏବ ସରପଞ୍ଚ ଝିଲି ମଳିକଙ୍କ ସମେତ ସମସ୍ତ ଓ୍ଵାଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।