ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ ଉତ୍ସବ ସଂପନ୍ନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ରବିବାର ଦିବା ୧ଘଟିକା ସମୟରେ କୋଣାର୍କ ଏନଏସି ଅଧିନସ୍ଥ ଓ୍ବାର୍ଡନଂ ୧ ସ୍ଥିତ ବେଠିଆଗଦା ମୌଜା ଠାରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ନିମନ୍ତେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ପକ୍ଷରୁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ନିଜ ମା ଙ୍କ ସୂର୍ଯ୍ୟ ପୂଜା ନିମନ୍ତେ ରାଜା ଲାଙ୍ଗୁଳା ନରସିଂହ ଦେବ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ। କାଳକ୍ରମେ ବ୍ରିଟିଶ ଶାସନ ସମୟରେ ଏଠାରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ବନ୍ଦ ରହିଛି। କୋଣାର୍କ ସୂର୍ଯ୍ୟ ଉପାସନାର ଏକ ଧାର୍ମିକ ସ୍ଥଳୀ ଭାବେ ସୁପ୍ରସିଦ୍ଧ। ଦୀର୍ଘବର୍ଷ ଧରି ସୌର କ୍ଷେତ୍ର କୋଣାର୍କ ଠାରେ ସୂର୍ଯ୍ୟ ପୂଜା ପୁନଃ ପ୍ରଚଳନ କରିବା ପାଇଁ କୋଣାର୍କ ସମେତ ଭାରତ ବାହାରର ସୂର୍ଯ୍ୟ ଉପାସକ, ସଂସ୍କୃତି ଓ ଧାର୍ମିକ ବିଶାରଦ ମାନଙ୍କ ମହଲରେ ଦାବି ହୋଇ ଆସୁଥିଲା। ଏହି ସ୍ବପ୍ନକୁ ସାକାର କରିବା ପାଇଁ ସ୍ବର୍ଗତ ଓଃମ ବାବାଙ୍କ ପଟ୍ଟ ଶିକ୍ଷ୍ୟ ଧାର୍ମିକ ବିଶାରଦ ତଥା ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ଅଧ୍ୟକ୍ଷ ମୁକେଶ ଜୈନ କୋଣାର୍କ ଠାରେ ଏହାର ବୀଜ ରୋପଣ କରିଛନ୍ତି। ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ଓ ଏକ ନୂତନ ମନ୍ଦିର ନିର୍ମାଣ କରି ଏଠାରେ ପୁନଃ ସୂର୍ଯ୍ୟ ପୂଜାର୍ଚ୍ଚନା କରିବା ପାଇଁ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ପକ୍ଷରୁ ଦୀର୍ଘ ଚାରି ବର୍ଷ ଧରି ପ୍ରୟାସ ଜାରି ରହିଛି। ମାତ୍ର ପ୍ରଶାସନର ସହଯୋଗ ଓ ଧାର୍ମିକ ପରମ୍ପରାକୁ ବଜାୟ ରଖିବା ସହ ପୁନଃ ସୂର୍ଯ୍ୟ ପୂଜା ପ୍ରଚଳନ କରିବା ପାଇଁ କୋଣାର୍କ ଏନଏସି ସ୍ଥିତ ଜଣେଇ ରଣପଡା ଠାରେ କୋଣାର୍କ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ପକ୍ଷରୁ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ