ନୃତ୍ୟମ ନିତ୍ୟମ୍ ଅନୁଷ୍ଠାନର ପ୍ରଥମ ବାର୍ଷିକତ୍ସୋବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ନୃତ୍ୟମ ନିତ୍ୟମ୍ ଅନୁଷ୍ଠାନର ପ୍ରଥମ ବାର୍ଷିକତ୍ସୋବ ଅନୁଷ୍ଠାନର ସଭାପତି ତଥା ଆସିକା ସାଂସଦଙ୍କ ବ୍ୟକ୍ତିଗତ ସଚିବ ନିଳମଣି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗଂଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ ରାୟ, ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ଆସିକା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ହିଂଜିଳି ବିଡ଼ିଓ ପ୍ରସନ କୁମାର ପାତ୍ର, ଓଡ଼ିଆ ଚଳଚିତ୍ର ଗବେଷକ ଡ଼ଃ. ଦିଲିପ ପାଣି, ଚିତ୍ରଶିଳ୍ପି ଉମା ଶଙ୍କର ଆଚାରୀ, ଓଡ଼ିଶୀ ନୃତ୍ୟ ଗୁରୁ ଜୟନ୍ତ ଆଚାର୍ଯ୍ୟ ପ୍ରମୁଖ ମଂଚାସିନ ଥିଲେ । ଜାପାନରୁ ଆସିଥିବା ଭାରତ ନାଟ୍ୟମଗୁରୁ ରାଧେଶ୍ୟାମ ତରାଇ, ଗୁଜୁରାଟ କଣ୍ଠଶିଳ୍ପି ଅରୁଣ ସାହୁ, କଲିକତାରୁ ଆସିଥିବା ଚଳଚିତ୍ର ସହ ନିର୍ଦ୍ଦେଶକ ସୁମନ ଦାସ, ସିନେ ଗ୍ରାଫର କ୍ରୀଷ୍ଣା ଶତପଥୀ, ଆର୍ଟ ଏବଂ କ୍ରାଫ୍ଟ ନିର୍ଦ୍ଦେଶକ ମନୋଜ ସାହୁ ଓ ଅଜିତ ସାହୁ ଯୋଗଦେଇ ଅନୁଷ୍ଠାନର କୁନି କୁନି କଳାକାର ମାନଙ୍କ ସହ ମିଶି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରକାର ନୃତ୍ୟୁରେ ମଂଚ ଦୁଲୁକି ଉଠିଥିଲା । ଅନୁଷ୍ଠାନର ଉପସଭାପତି ଯୋଗିନ୍ଦ୍ର ସ୍ୱାଇଁ ମଂଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ସାହୁ ଓ ନୃତ୍ୟୁ ଗୁରୁ ମାନସ ରଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ଥାନୀୟ ପୌରାଂଚଳରେ ପ୍ରଥମ ଥର ଲାଗି ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଯୋଗୁଁ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବହୁ ଜନସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉପଭୋଗ କରିଥିଲେ ।