ନୃତ୍ୟାଞ୍ଜଳିର ଓଡ଼ିଶୀ ନୃତ୍ୟ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୃତ୍ୟ ଅନୁଷ୍ଠାନ ନୃତ୍ୟାଞ୍ଜଳୀ, ନୂଆଦିଲ୍ଲୀ ତରଫରୁ ଲଜପତ ଭବନ ଅଡିଟୋରିୟମ, ନୂଆଦିଲ୍ଲୀଠାରେ ନୃତ୍ୟାଙ୍ଗନା ଓଡ଼ିଶୀ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ ସନ୍ଧ୍ୟାରେ ନୃତ୍ୟାଞ୍ଜଳୀ ଅନୁଷ୍ଠାନ, ନୂଆଦିଲ୍ଲୀର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ମୁକାରୀ ପଲ୍ଲବୀ, ମନ୍ଦିରା ନୃତ୍ୟ ଅନୁଷ୍ଠାନ ଭଦ୍ରକ, ଓଡ଼ିଶାର ଗୁରୁ ଶ୍ରୀମତୀ ଶ୍ୱେତପଦ୍ମା ଦାସ ବେହେରା ଓ ତାଙ୍କ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଦେବୀ ବନ୍ଦନା ଓ ସଜକୁଞ୍ଜ ନୟନା ଦଳ ନୃତ୍ୟ ପରିବେଷଣ କରାଯାଇଥିଲା । ନାଟସୂତ୍ର ଅନୁଷ୍ଠାନ କଟକର ଗୁରୁ ଶ୍ରୀମତୀ ସୁଜ୍ଞାନୀ ମହାପାତ୍ରଙ୍କ ଦ୍ୱାରା ଶିବ ସ୍ତୋତ୍ରମ ଅଭିନୟ ଓ ତାଙ୍କ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ମେଙ୍ଗ ପଲ୍ଲବୀ, ଗୁରୁ ରୁବି ହାତୀ ଭୁବନେଶ୍ୱର ଓଡ଼ିଶା ତରଫରୁ ଆସି ଅଷ୍ଟପଦୀ ହରିରିହ ଅଭିନୟ ଓ ସଞ୍ଜନୀ ଚଟ୍ଟୋପଧ୍ୟାୟ ୱେଷ୍ଟ ବେଙ୍ଗଲରୁ ଆସି ଆହେ ନୀଳ ଶଇଳ ଅଭିନୟ ପରିବେଷଣ କରି ମଞ୍ଚକୁ ମୁଖରତିତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଅମରେନ୍ଦ୍ର ଖଟୁଆ (ଆଇଏଫ୍ଏସ୍), ସମ୍ମାନିତ ଅତିଥି ଭାବରେ ଡ. ସଞ୍ଜୀବ ପଟ୍ଟଯୋଶୀ (ଆରପିଏଫ୍) ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଶ୍ରୀମତୀ ବାନୀ ମାଧବ, ଆମ୍ବେଦକର ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ଦେବେନ୍ଦ୍ର ମାଝୀ ଓ ଶ୍ରୀଯୁକ୍ତ ରାଜେଶ ଶର୍ମା (ସି.ଏ) ଯୋଗଦାନ କରି ନୃତ୍ୟଶିଳ୍ପୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଶେଷରେ ସମସ୍ତ ନୃତ୍ୟଶିଳ୍ପୀମାନଙ୍କୁ ନୃତ୍ୟାଙ୍ଗନା ସମ୍ମାନ, ମାନପତ୍ର ଦେଇ ଅତିଥି ଏବଂ ଗୁରୁ ଶ୍ରୀ ସମାରୁ ମେହେରଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ନୃତ୍ୟାଙ୍ଗନା ଓଡ଼ିଶୀ ନୃତ୍ୟ ଉତ୍ସବକୁ ନୃତ୍ୟାଞ୍ଜଳୀ ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଶ୍ରୀ ସମାରୁ ମେହେର ପରିଚାଳନା କରିଥିଲେ ।