ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀର ଶୁଭ ଉଦ୍‌ଘାଟନ

ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍‌):ସହରର ଲଣ୍ଡେଇ ସାହି ଏସ.ବି.ଆଇ ଏଟିଏମ ନିକଟରେ ରବିବାର ସନ୍ଧ୍ୟାରେ ଏକ ଅନ୍ୟତମ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ କେ.ଏସ.ୟୁ.ବି କଲେଜ ଅଧ୍ୟକ୍ଷ ଡ଼. ନିଳାଞ୍ଚଳ ମୁନୀ, ସମ୍ମାନିତ ଅତିଥି ଭାବେ ଥାନା ଆଇ.ଆଇ.ସି ସୁଦୀପ୍ତ କୁମାର ସାହୁ, ଶିକ୍ଷାବିତ ଅମର ନାଥ ରଥ, ଅନୁଷ୍ଠାନର ମୁଖ୍ୟ ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଏଥିରେ ସମାଜସେବୀ ଶୂଳପାଣି ଶତପଥୀ ଶତପଥି ସଂଯୋଜନା କରିଥିଲେ।ନୂତନ ଭାବେ ଗଢ଼ି ଉଠିଥିବା ଏହି ଅନୁଷ୍ଠାନ ଆଗାମୀ ଦିନରେ କିଭଳି ପ୍ରସିଦ୍ଧି ଲାଭ କରି ସମଗ୍ର ଅଞ୍ଚଳରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ଏବଂ ଅତିଥିମାନେ ଏହାର ଦୀର୍ଘ ଭବିଷ୍ୟତ କାମନା କରିଥିଲେ। ମାଷ୍ଟର ପିଣ୍ଟୁ ଓ କୁନି କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ।ପଞ୍ଚାନନ ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ