ନୃତ୍ୟ ଟ୍ରେନିଂର ରାଜ୍ ଖାଲିଲେ ଟାଇଗର୍: ହ୍ରିତିକ୍ଙ୍କ ଭିଡିଓ ଦେଖି ଶୋଉଥିଲେ

ଫିଲ୍ମ “ୱାର’ରେ ହ୍ରିତିକ୍ ରାଶନଙ୍କ ସହ ସ୍କ୍ରିନ୍ ଶେୟାର କରୁଥିବା ଟାଇଗର ଶ୍ରଫ୍ ନିଜ ନୃତ୍ୟ ଟ୍ରେନିଂକୁ ନେଇ ବଡ଼ ଖୁଲାସା କରିଛନ୍ତି । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ସେ ହ୍ରିତିକ୍ଙ୍କ ନୃତ୍ୟ ଭିଡିଓ ଦେଖିଥାନ୍ତି ବୋଲି କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୁଁ ଜୀବନରେ କେବଳ ହ୍ରିତିକଙ୍କୁ ହିଁ ଦେଖିଛି । ତାଙ୍କ ସହ ମୋର ସମ୍ପର୍କ ଗୁରୁ-ଶିଷ୍ୟର । ତାଙ୍କର ଏବଂ ମୋ ମଧ୍ୟରେ ଯେଉଁ ସମାନତା ରହିଛି ତାହା ସଂଯୋଗ ମାତ୍ର । ସବୁବେଳେ ମୁଁ ତାଙ୍କପରି ନୃତ୍ୟ କରିବାକୁ ଚାହୁଁଥିଲି । ତେଣୁ ଶୋଇବା ପୂର୍ବରୁ ହ୍ରିତିକ୍ଙ୍କର ଗାଟିଏ ଗୀତ ଦେଖୁଥିଲି ବୋଲି ନିକଟରେ ଏକ ସାକ୍ଷାତକାରରେ ଟାଇଗର କହିଛନ୍ତି । ହ୍ରିତିକ୍ଙ୍କ ଷ୍ଟେପସ୍ ବିଷୟରେ ଭାବି ଭାବି ସେ ରାତିରେ ଶୋଇପଡ଼ୁଥିଲେ । ପରଦିନ ସକାଳୁଉଠି ଉକ୍ତ ଷ୍ଟେପସ୍ଗୁଡ଼ିକୁ ମନେ ପକାଇ ଅଭ୍ୟାସ କରୁଥିଲେ । ଏହା ହିଁ ଥିଲା ତାଙ୍କର ନୃତ୍ୟ ଟ୍ରେନିଂ ବୋଲି ଟାଇଗର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ