ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲା କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗେ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନୃସିଂହ ଚରଣ ମିଶ୍ର, ସୀତାରାମ ପାତ୍ର, ଘନଶ୍ୟମ ପଣ୍ଡା, ଚମାଖଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିକ୍ରମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ଚିତ୍ର, ପ୍ରବନ୍ଧ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବକ୍ତୃତାରେ ଅନସ୍ଲୋ ଅନୁଷ୍ଠାନର ବଦ୍ରିନାଥ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିପୁଳିଙ୍ଗି ହାଇସ୍କୁଲର ରୁଦ୍ର ନାରାୟଣ ପଣ୍ଡା ଦ୍ୱିତୀୟ ସ୍ଥାନ, କାଳିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗାୟତ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ନୃତ୍ୟ ପ୍ରତିଯୋଗିତାରେ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅଗସ୍ତିନୂଆଗାଁ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନେ ଦ୍ୱିତୀୟ ସ୍ଥାନ ଓ ଟାଙ୍ଗଣାପଲ୍ଲୀ ହରଗୌରୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସଙ୍ଗୀତ ପ୍ରତିଯୋଗିତାରେ କାଳିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିକ୍ଷା ରାଣୀ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପି.ଜସ୍ମିତା ଦ୍ୱିତୀୟ ସ୍ଥାନ ଓ ଡି. ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ସଙ୍ଗୀତ ପ୍ରତିଯୋଗିତାରେ ସ୍ୱେତା ଉଦସିଙ୍ଗ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରବନ୍ଧ ପ୍ରତିଯୋଗିତାରେ ଛତ୍ରପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସନ୍ଧ୍ୟାରାଣି ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିପୁଳିଙ୍ଗି ଉଚ୍ଚ ବିଦ୍ୟାଳୟର ଉଷାରାଣୀ ପଣ୍ଡା ଦ୍ୱିତୀୟ ସ୍ଥାନ ଓ ଚମାଖଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏ. ତନୁଜା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ନୃତ୍ୟ ପ୍ରତିଯୋଗିତାରେ ବିଚାରକ ଭାବେ ପୂଣ୍ଣଞ୍ଜୟ ଜେନା ଓ ଏମ୍‌. ରବିନ୍ଦ୍ର ରେଡ୍ଡି ଯୋଗ ଦେଇ ଦାୟିତ୍ୱ ତୁଲାଇଥିଲେ । ଶେଷରେ ସମସ୍ତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସିଆରସିସି ରିତା ରଥ ପରିଚାଳନା କରିଥିବା ବେଳେ ଶିକ୍ଷକ ରମଣୀ ରଞ୍ଜନ ପଣ୍ଡା, ଚନ୍ଦ୍ର ଶେଖର ବେହେରା, ଅଶୋକ କୁମାର ଶତପଥି, ଅଜିତ୍ ସେଠୀ, କମଳ ବେହେରା, ଗୌରୀ ଶଙ୍କର ଶତପଥି, ପଞ୍ଚାନନ ରଥ ଓ ବିଦ୍ୟାଧର ରଥ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ