ନୃତ୍ୟ ସଙ୍ଗମ ଉତ୍ସବ ଉଦଘାଟିତ୍

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ରେ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ନୃତ୍ୟ ସଙ୍ଗମ ଉତ୍ସବ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନି ସଂଧ୍ୟା ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇ ପ୍ରତିଭା ଅନୁଷ୍ଠାନ ନୃତ୍ୟ ସଙ୍ଗମ ମାଧ୍ୟମରେ ଲୁକ୍କାୟିତ ପ୍ରତିଭା ଙ୍କୁ ଲୋକଲୋଚନକୁ ଆଣୁଛି ବୋଲି ମନ୍ତବ୍ୟ ଦେଇଥିଲେ । ଏହି ଅବସରରେ ଶୁସାନ୍ତ ସିଂ ଓ କ୍ଷିତିସ ବେମାଲଙ୍କୁ ନୃତ୍ୟ ସଙ୍ଗମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସର୍ବେସ୍ବର ଭୋଇ , ଗୁରୁ ଶ୍ରୀରାମ ଠାକୁର , କଳାହାଣ୍ଡି ର ଘୁମୁରା, ମୃଣ୍ମୟୀ , ମୟୂରୀ, ଗଞ୍ଜାମ ର ରଣପା , ତେଲେଙ୍ଗାନା ର ଫୋକଡେନ୍ସ , ଛତିଶଗଡ ସଂସ୍କୃତି ପରିଷଦର ନୃତ୍ୟ ଦର୍ଶକଙ୍କୁ ବେସ୍ ଆକର୍ଷିତ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ