ନୃସିଂହନାଥଜୀଉଙ୍କ ଚନ୍ଦନ ଯାତ୍ରା

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ବିରିଗଡ଼ିଆ ମଠ ପରିସରରେ ଶ୍ରୀ ନୃସିଂହନାଥଜୀଉଙ୍କ ଚନ୍ଦନ ଯାତ୍ରା ବୈଦିକ ରୀତିନୀତି ଅନୁଯାୟୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ପ୍ରାତଃ ସମୟରୁ ମନ୍ଦିରର ପୂଜକ ମହେନ୍ଦ୍ରନାଥ ପଣ୍ଡାଙ୍କ ଦ୍ୱାରା ମହାପ୍ରଭୁଙ୍କର ପୂଜା ଓ ରୀତିନୀତି ପାଳିତ ହୋଇଥିବା ବେଳେ ପୂଜା କମିଟିର ସଭାପତି ବିବେକାନନ୍ଦ ମିଶ୍ର ଓ ସମ୍ପାଦକ ଅଶୋକ ବେହେରା ଦାୟିତ୍ୱ ନିର୍ବାହ କରିଥିଲେ । ଅପରାହ୍ନରେ ମହାପ୍ରଭୁଙ୍କର ଶ୍ରୀବିଗ୍ରହଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ବନ୍ତ ପୁରୁଣାବଜାରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣକୁ ଅଣା ଯାଇ ପୂଜାର୍ଚ୍ଚନା ପରେ ମଠକୁ ପ୍ରତ୍ୟାବର୍ତ୍ତନ କରା ଯାଇଥିଲା । ଉକ୍ତ ସମୟରେ ହରିନାମ ମହାମନ୍ତ୍ର ଉଚ୍ଚାରଣ ପୂର୍ବକ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ଶତାଧିକ ଭକ୍ତ ଚନ୍ଦନ ଯାତ୍ରାରେ ଉପସ୍ଥିତ ହୋଇ ପ୍ରସାଦ ସେବନ କରିଥିଲେ । ଏହି ଉତ୍ସବରେ ମଠର ମୁଖ୍ୟ ନ୍ୟାସୀ କୃଷ୍ଣଚନ୍ଦ୍ର ଭଟ୍ଟରାୟ, ରବିନ୍ଦ୍ର ବେହେରା, ଆନନ୍ଦ ରାଜ, ରବିନ୍ଦ୍ରନାଥ ଓଝା, କିଶୋର ମଲ୍ଲିକ, ସନାତନ ପେଡ଼ା, ଅର୍ଜୁନ ଚଣ୍ଡରାୟ, ଦୁଃଶାସନ ମହାନ୍ତି, ଟୁଟୁ ପ୍ରଧାନ, ଭଗବାନ ବେହେରା, ସୋ÷ରଭ ଦାଶ, ବ୍ରହ୍ମାନନ୍ଦ ପରିଡ଼ା, ହରେଶ ମହାରଣା, ଶିବ ମହାନ୍ତିଙ୍କ ସମେତ ଆଖପାଖ ଗ୍ରାମର ଲୋକେ ସହୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ