ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ପାଳିତ
ପାତ୍ରପୁର, (ପୁଷ୍ପାଞ୍ଜଳି ମିଶ୍ର): ଭ୍ରମରପୁର ପଞ୍ଚାୟତ ସମାସିଙ୍ଗି ଶାସନ ଗ୍ରାମରେ ବିଜେ ରାଧା କୃଷ୍ଣ ମନ୍ଦିରରେ ପ୍ରଭୁ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ପାଳିତ ହୋଇଛି। ସକାଳୁ ମନ୍ଦିରରେ ସମସ୍ତ ଦେବନୀତି ସମାପନ ପରେ ଉତ୍ସବ ପାଳନ କରାଯାଇଥିଲା। ମନ୍ଦିରରେ ହୋମ ପୂଜାପାଠ କରାଯାଇଥିଲା, ପ୍ରଭୁ ନୃସିଂହଙ୍କ ଜନ୍ମଦିନ ପାଳନ ପାଇଁ ମନ୍ଦିରରେ ଅଞ୍ଚଳର ବହୁ ଭକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମ ରେ ସାମିଲ ଥିଲେ।ଏହାପରେ ମନ୍ଦିରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।