ନେକେଡ୍ ମୋଲ୍ ର୍ୟାଟ୍
ନେକେଡେ୍ ମୋଲ୍ ର୍ୟାଟ୍ ନାମକ ଏହି ଅଜବ ଜୀବ ପୂର୍ବ ଆଫ୍ରିକାରେ ଦେଖିବାକୁ ମିଳେ । ଏହା ଭିନ୍ନ ଧରଣର ଏକ ମୂଷା । କିନ୍ତୁ ଏହାର ଚର୍ମ ସାଧାରଣ ମୂଷା ଭଳି ହୋଇନଥାଏ । ପାଖରୁ ଦେଖିଲେ ଆପଣଙ୍କୁ ମନେହେବ ଯେପରି ଜୀବଟିର ଚର୍ମ ଉତାରି ଦିଆଯାଇଛି । ଏହାର ବିଶେଷତ୍ୱ ହେଉଛି ମୂଷା ଦେହରେ ଗୋଟିଏ ବି କେଶ ନାହିଁ । ମାତ୍ର ମୂଷାକୁ ଦେଖିଲେ ଜଣେ ବୟସ୍କ ଲୋକର ଚର୍ମ ଭଳି ଲାଗିବ ।