ନେଟକୋଷ୍ଟ ଓଡିଶା ପକ୍ଷରୁ ବିଶ୍ୱ ଆଦ୍ରଭୂମି ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ନେଟକୋଷ୍ଟ ଓଡିଶା ପକ୍ଷରୁ ବିଶ୍ୱ ଆଦ୍ରଭୂମି ଦିବସ ପାଳିତ ହୋଇଯାଇଛି l ଏଥିରେ ଡିପିଓ ଦେବେନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ଆଦ୍ର ଭୂମି ଦିବସ ସମ୍ପର୍କ ରେ ଆଲୋକପାତ କରିଥିଲେ l ସମ୍ମାନିୟ ଅତିଥି ଭାବେ ଭି. ରାବଣା ଯୋଗଦେଇ ତାମ୍ପରା ଆଦ୍ରଭୂମି ର ସୁରକ୍ଷା ସମ୍ପର୍କ ରେ କହିଥିଲେ l ୱେଟଲାଣ୍ଡ ଇଣ୍ଟେରନ୍ୟାସନାଲ ନ୍ୟୁଉ ଦିଲ୍ଲୀ ସହାୟତା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହାକୁ ଦୁର୍ଗା ପ୍ରସାଦ ଦାଶ, ଶ୍ୱାସତ ମହାପାତ୍ର ଓ ଜିତେନ୍ଦ୍ର ନାୟକ ପ୍ରମୁଖ ପରିଚାଳନା କରିଥିଲେ l


