ନେଟୱର୍ ପାଇଁ ଭୋଗୁଛନ୍ତି ଅନେକ ସମସ୍ୟା
ଥୁଆମୂଳରାମପୁର,(ରଥ ଦୁରିଆ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ନାକରୁଣ୍ଡି ଗ୍ରାମପଞ୍ଚାୟତ ରେ ନାହିଁ ନେଟୱର୍କ ସୁବିଧା । ନାକାରୁଣ୍ଡି ଗ୍ରାମ ପାଖାପାଖି 24 ଗୋଟି ଗ୍ରାମ ର କେନ୍ଦ୍ରସ୍ଥଳି ଗ୍ରାମ ହେଇଥିବାରୁ ଏଠାରେ ସରକାରୀ ବିଦ୍ୟାଳୟ ,ଡାକ୍ତର ଖାନା ପୋଷ୍ଟ ଅଫିସ ମଧ୍ୟ ରହିଛି ହେଲେ ଦୀର୍ଘ ଦିନ ହେଲା ନେଟୱର୍କ ପାଇଁ ଏନେକ ଥର ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ମାଝୀ । ପୋଷ୍ଟ ଅଫିସ ର ଖାତା ଖୋଲିବା ଟଙ୍କା ଉଠେଇବା ପାଇଁ 5 କିଲୋମିଟର ଯାଇ ରାସ୍ତା କୋଡ ରେ ଅଫିସ କାର୍ଯ୍ୟ କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ବୋଲି ନାକରୁଣ୍ଡି ପୋଷ୍ଟ ମାଷ୍ଟର ଅରୁଣ ମାଝୀ କହିଛନ୍ତି । ଟାୱାର ଖୁଣ୍ଟ ପୋତା ହୋଇ ପ୍ରାୟ ଦୁଇ ବର୍ଷ ବିତିଯାଇ ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟ କ୍ଷମ ହୋଇନାହିଁ । ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଜନିତ ହଟାତ୍ ଅସୁବିଧା ହୁଏ ତେବେ 10ରୁ 12 କିମି ଚାଲି ଯାଇ ଆମ୍ବୁଲାନ୍ସ କୁ ଫୋନ୍ କରିବାକୁ ପଡ଼େ। ଆମ୍ଭୂଳନ୍ସ ଆସୁ ଆସୁ ରୋଗୀ ରୋଗ ସହ ସଙ୍ଘର୍ଷ କରି ମୃତ୍ୟୁ ମଧ୍ୟ କରିଯାଏ ବୋଲି ଗ୍ରାମ ବସୀ କହିଛନ୍ତି । ଆସନ୍ତୁ ଶୁଣିବା କଣ କହୁଛନ୍ତି ଗ୍ରାମ ବାସୀ ।