ନେତାଙ୍କୁ କଟାକ୍ଷ କଲେ ବିପିନ୍ ରାଓ୍ଵତ

ନୂଆଦିଲ୍ଲୀ- ଦେଶରେ ଚାଲିଥିବା ନାଗରିକତା ସଂଶୋଧନ ଆଇନ ପ୍ରତିବାଦ ବିରୋଧରେ ମୁହଁଖୋଳିଛନ୍ତି ସେନାମୁଖ୍ୟ ଜେନେରାଲ୍ ବିପିନ ରାଓ୍ଵତ । ସେ କହିଛନ୍ତି ବିଶାଳ ଜନତାଙ୍କୁ ଉତ୍କ୍ଷିପ୍ତ କରି ପୋଡ଼ାଜଳା କରାଇବା ନେତାପଣିଆ ନୁହେଁ । ଜନତାଙ୍କୁ ଅନୁଚିତ ଦିଗକୁ ବାଟ କଢ଼ାଇ ନେଉଥିବା ଲୋକେ ନେତା ନୁହନ୍ତି। ଦେଶର ବହୁସଂଖ୍ୟକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଯେଭଳି ଭୁଲ ରାସ୍ତାରେ ପରିଚାଳିତ କରାଯାଇ ଆନ୍ଦୋଳନରେ ନିୟୋଜିତ କରାଯାଉଛି, ତାହା ସ୍ପୃହଣୀୟ ନୁହେଁ । ଆମ ସହର ଓ ନଗରମାନଙ୍କରେ ଜଳାପୋଡ଼ା ଓ ହିଂସାକାଣ୍ଡ ପାଇଁ ସେମାନେ ଜନତାଙ୍କୁ ବାଟ କଢ଼ାଇ ନେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ