ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଆତ୍ମବଳିଦାନ ଅବିସ୍ମରଣୀୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଓ ମହାନ ଦେଶପ୍ରେମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୫ତମ ଜୟନ୍ତୀ ସ୍ଥାନୀୟ ପ୍ରତିମୂର୍ତି ସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ କରି ମତବ୍ୟକ୍ତ କରିଥିଲେ ଯେ, ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଥିଲେ ମହାନ ଦେଶପ୍ରେମୀ, ମୁ୍‌କ୍ତି ସଂଗ୍ରାମର ଅବିସ୍ମରଣୀୟ ଯୋଦ୍ଧା, ସାହସୀ, ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ବିରୋଧରେ ଗରିଲା ଯୁଦ୍ଧ କରିବା ସହିତ ଦେଶ ମାତୃକା ପାଇଁ ଆତ୍ମବଳୀଦାନ ଦେଇଥିଲେ । ସ୍ୱାଧୀନତା ପାଇଁ ଜେଲରେ ୩୬ବର୍ଷ କାଳ ରହିଥିଲେ । ନେତାଜୀଙ୍କ ଜ୍ୱଳନ୍ତ ବାକ୍ୟ “ମୋତେ ରକ୍ତ ଦିଅ, ମୁଁ ସ୍ୱାଧୀନତା ଦେବି” ଆଜି ବି ଏହା ସମସ୍ତଙ୍କୁ ଅନୁପ୍ରାଣିତ କରେ । ଆଜାଦ ହିନ୍ଦ୍ ଫୌଜ ଗଠନ କରି ଭାରତର ମୁକ୍ତି ସଂଗ୍ରାମ ପାଇଁ ପଥ ପରିସ୍କାର କରିଥିଲେ । ଅନ୍ୟ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଦିଲ୍ଲୀପ ଦାସ ଶର୍ମା, ପ୍ରିୟଦର୍ଶୀ ମିଶ୍ର, ରମେଶ ଚନ୍ଦ୍ର ପାତାଳ ସିଂ, ସଂଯୋଜକ ବାପୁ ଓଝା, ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ