ନେତାଜୀ ଜୟନ୍ତୀ ଅବସରରେ ସମୀର ଟିଭିଏସ ମୋଟର୍ସ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର: ୧୦୨ୟୁନିଟ ରକ୍ତ ସଂଗୃହିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କେଶପୁର ବଜାରସ୍ଥିତ ସମୀର ଟିଭିଏସ ମୋଟର୍ସ ଓ ସମ୍ବାଦ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏହି ଅବସରରେ ସମୀର ଟିଭିଏସ ପକ୍ଷରୁ ୧୦ଜଣ ଦୃଷ୍ଟି ବାଧିତ ଭିନ୍ନକ୍ଷମଙ୍କୁ ମଧ୍ୟ ଶୀତବସ୍ତ୍ର କମ୍ବଳ ବଂଟନ କରାଯାଇଥିଲା । ସମୀର ଟିଭିଏସ ମୋଟର୍ସର ପରିଚାଳନା ନିର୍ଦେଶକ ସମୀର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ବୀରେନ୍ଦ୍ର କୁମାର ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରର ସହଯୋଗରେ ଆୟୋଜିତ ଏହି ଶିବିରରେ ୧୦୨ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଆଜିସୁଦ୍ଧା ୧୨୬ଥର ରକ୍ତଦାନ କରି ରେକର୍ଡ ସୃଷ୍ଟି କରିଥିବା ରକ୍ତଦାତା ଅନ୍ନଦା ପ୍ରସାଦଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶିବିର ପରିଚାଳନାରେ ପ୍ରକାଶ ମିଶ୍ର, ଦେବୀ ପ୍ରସାଦ ଭଞ୍ଜ, ଅନିଜା ଜେନା, ଲକ୍ଷ୍ମୀପ୍ରୀୟା ମହାପାତ୍ର, ସୋନାଲି ଦାସ, ମୋନାଲିସା ଦାସ, ସମାପ୍ତି ବେହେରା, ଗୈାତ୍ତମ ସାହୁ, ହେମନ୍ତ ନାୟକ, ରତୀକାନ୍ତ ପ୍ରଧାନ, ଲକ୍ଷ୍ମୀକାନ୍ତ ବେହେରା, ସତ୍ୟଜିତ ମହାପାତ୍ର, ସୁଶାନ୍ତ ମହାନ୍ତି, ଉମାକାନ୍ତ ଜେନା, ଲକ୍ଷ୍ମଣ ବେହେରା, ଦୀପକ ସାମଲ ପ୍ରମୁଖ ସହାୟତା କରିଥିଲେ । ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ରକ୍ତଦାନ କରିଥିବାରୁ ତାଙ୍କୁ ମଧ୍ୟ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସମୀର ଟିଭିଏସର ପରିଚାଳନା ନିର୍ଦେଶକ ଶ୍ରୀ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ