ନେତାଜୀ ଜୟନ୍ତୀ ଉପଲକ୍ଷେ ସିଟି କ୍ଲବ ଓ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସିଟି କ୍ଲବ ନୟାପଲ୍ଲୀ ଏବଂ ଓଡ଼ିଶା ମୋ ପରିବାରର ମିିଳିତ ଆନୁକୂଲ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ନୟାପଲ୍ଲୀ ଦେବରାୟ ମହାବିଦ୍ୟାଳୟଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଭୁବନେଶ୍ୱର ମୁନିିସିପାଲିଟି, ରେଡ଼କ୍ରସ ୟୁନିଟ୍ ତରଫରୁ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବରାୟ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ଘଡ଼େଇ, ଏସ୍‌ଆରବି ଆସୋସିଏଟ ପାର୍ଟନର ଶ୍ରୀ ରାଜୀବ ଶେଖର ସାହୁ, ସିଟି କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ପୂର୍ବତନ କର୍ପୋରେଟର ରମାନାଥ ସାମନ୍ତରାୟ, ନବକିଶୋର ବେହେରା, ନିଖିଳ ବଳବନ୍ତରାୟ, ପ୍ରେରଣାର ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ, ବିଶିଷ୍ଟ କଣ୍ଠଶିଳ୍ପୀ ସୌରଭ ନାୟକ ଏବଂ ଜୟଶ୍ରୀ ଧଳ, ନୟାପଲ୍ଲୀ ଗ୍ରାମର ସମ୍ପାଦକ ଦିବାକର ଜେନା, ସିଟି କ୍ଲବର ସଭାପତି ଡଃ ସୌର୍ଯ୍ୟ ରଞ୍ଜନ ପରିଜା ‘ମୋ ପରିବାର’ ରାଜ୍ୟ ସମ୍ପାଦକ ଦୁର୍ଗା ସାମନ୍ତରାୟ, ଲିଟୁ ମହାସୁପକାର ଏବଂ ସିଟି କ୍ଲବର ତପନ ଭଞ୍ଜ, ତ୍ରିନାଥ ମଙ୍ଗରାଜ, ଯୋଗେନ୍ଦ୍ର ଜେନା, ପୃଥେଷ ରାଉତରାୟ, ସୁରଜ ପଣ୍ଡା, ମିଲନ ପାଇକରାୟ, ରିଙ୍କୁ ବଳବନ୍ତରାୟ, ଶରତ ରାଉତ, ଭାଗ୍ୟଧର ଜଗଦେବ, ଅର୍ଜୁନ ବେହେରା, ବିଶ୍ୱନାଥ ଜେନା, ସମରେନ୍ଦ୍ର ଜେନା, ଅରୁଣ ସାହୁ, ଏଡ଼ିଏସ୍ ଅଧ୍ୟକ୍ଷ ଦିପକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୬୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଶେଷରେ ଅଧ୍ୟାପକ ସଚିତ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ