ନେତାଜୀ ଫାଉଣ୍ଡେସନ୍ ତରଫରୁ ବନ୍ୟା ବିପନ୍ନ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ହାଟଡ଼ିହି, (ବିକାଶ କୁମାର ବିଶ୍ୱାଳ):ଚଳିତ ବନ୍ୟାରେ ହାଟଡିହି ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗ୍ରାମ ପାଣି ଘେରରେ ରହିଥିଲା । ବନ୍ୟା ଦ୍ବାରା ୩ ରୁ ଅଧିକ ଦିନ ପାଣି ଜମି ରହିଥିବାରୁ ଗରିବ ଲୋକଙ୍କ ପାଖରେ କିଛି ଶୁଖିଲା ଖାଦ୍ୟର ଅଭାବ ନରହୁ ଏହାକୁ ଦୃଷ୍ଟିରେ ରଖି ନେତାଜୀ ଫାଉଣ୍ଡେସନ ର ସଦସ୍ୟଙ୍କ ତରଫରୁ ପ୍ରଥମ ଦିନରେ ବାହାରିପୂର, ଚାପୁଣ୍ଡିଆ, ଆଇତିପୁର ଏବଂ ଦ୍ବିତୀୟ ଦିନରେ ସମଣା,ରାଘବପୁର ଗ୍ରାମକୁ ଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିସହ ଲୋକମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରି ଧର୍ଯ୍ୟ ଓ ସାହାସର ସହ ମୁକାବିଲା କରିବାକୁ ମନବଳ ବଢାଇଥିଲେ । ଏଥିରେ ନେତଜୀ ଫାଉଣ୍ଡେସନର ସଭାପତି ରାଜେଶ କୁମାର ବେହେରା ଙ୍କ ସହ ସମାଜସେବୀ ଚନ୍ଦ୍ରକାନ୍ତ ବାରିକ, ଆକାଶ କୁମାର ମୁଖୀ, ନୀଳମଣି ପୃଷ୍ଟି, ଆଶିଷ କୁମାର ବାରିକ, ସୁରିଆକାନ୍ତ ନାୟକ, କିଶୋର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ