ନେତାଜୀ ୟୁଥ କ୍ଲବ ପକ୍ଷରୁ ପଂଚାୟତ ସ୍ତରୀୟ ଆଠଦିନିଆ କ୍ରିକେଟ ଟୁନାମେଣ୍ଟ ଉଜ୍ଜ୍ୱlପିତ

କଟକ,(ଓ୍ବାଇଏନ୍ଏସ୍): କଟକ ସଦର ବ୍ଲକ କନ୍ଦରପୁର ପଂଚାୟତ ଉପକଣ୍ଠ ବମ୍ବୁରି ଗ୍ରାମର ସାମାଜିକ ସଂଗଠନ “ନେତାଜୀ ୟୁଥ କ୍ଲବ” ପକ୍ଷରୁ ଆୟୋଜିତ ଆଠଦିନିଆ କ୍ରିକେଟ ଟୁନାମେଣ୍ଟରେ ନିମନ୍ତ୍ରିତଥିବା କଟକ ଏବଂ ଜଗତସିଂହପୁର ଜିଲ୍ଲାର ୧୨ଟି ପଂଚାୟତର ୧୬ଟି ଟିମ ଯଥା କନ୍ଦରପୁର,ସୋମପୁର, ଗୋବିନ୍ଦପୁର, ଫକୀରପଡା-୧, ଫକୀରପଡା-୨, ସରିଚୁଆଁ ୧-୨-୩,ବରାଳ,ଧୂଳିଶ୍ୱର,ଚାନ୍ଦୁଲି, କଳପଡା, ରାଜହଂସ, ତଅରପା, ସଂଖାରିସାହି, ଥୋରିଆପଡା, ତଳଫାଟକ, ଅଲ୍ଲୀପୁର ପ୍ରମୁଖ ଖେଳି ଫାଇନାଲମ୍ୟାଚରେ ସାଲେପୁର ବ୍ଲକର ସୌରୀ ପଂଚାୟତର ଅଲ୍ଲି ପୁର ଟିମ ୧୯୨ ରନ କରି ବିଜୟି ହୋଇ ପୁରସ୍କାର ସହ ଅର୍ଥରାଶି ଗ୍ରହଣ କରିଥିବାବେଳେ ଅପରପକ୍ଷ କଟକ ସଦର ବ୍ଲକ ସୋମପୁର ପଂଚାୟତ ଟିମ ୧୧୪ ରନକରି ପରାଜିତ ହୋଇ ସାନ୍ତ୍ୱନା ମୂଳକ ପୁରସ୍କାରସହ ଅର୍ଥରାଶି ଗ୍ରହଣ କରିଛନ୍ତି ! ଏହି ପୁରସ୍କାର ବିତରଣୀ ସଭାରେ ମୂଖ୍ୟଅତିଥିଭାବେ କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା,ବିଜେପି କନ୍ଦରପୁର ମଣ୍ଡଳ ଜିଲ୍ଲା ପ୍ରତିନିଧି ପୀୟୂଷ ରଂଜନ ପରିଡା,ସନ୍ତୋଷ ଭୋଇ,ଦାଶରଥି ପ୍ରସାଦ ଚୌଧୁରୀ,ଭାରତୀୟ ରାଷ୍ଟ୍ରୀୟ କିଶାନ ମଜଦୁର ସଂଗଠନର ରାଜ୍ୟ ସଂଯୋଜକ ଦୂର୍ଗା ପ୍ରସାଦ ପରିଡ଼ା,ସଂନ୍ତୋଷ ହାତୀ,ରାଜେନ୍ଦ୍ର ଲେଙ୍କା, ବିଶ୍ୱରଂଜନ ରାଉଳ,ନୃସିଂହ ଚରଣ ସାହୁ,ଅମ୍ପେୟାରଭାବେ ଜିସାନ ଅକ୍ତାର ଓ ସମ୍ବିତ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିବାସହ ଉତ୍ସାହିତ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ