ନେତା ଓ ନେତ୍ରୀ ସମ୍ମିଳନୀରେ ଓଡ଼ିଶାର ରାଜନୈତିକ ଭବିଷ୍ୟତ’ ଆଲୋଚନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇ.ସି.ପି.)ର ଭୁବନେଶ୍ୱର କାର୍ଯ୍ୟାଳୟରେ ରାଜ୍ୟର ରାଜନୈତିକ ନେତା ଓ ନେତ୍ରୀ ସମ୍ମିଳନୀ ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଓଡ଼ିଶାର ରାଜନୈତିକ ଭବିଷ୍ୟତ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ପରବର୍ତ୍ତୀ ସମ୍ମିଳନୀ ମଧ୍ୟ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗ୍ରହୀ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ବିଧାୟିକା ବିଗତ ନିର୍ବାଚନମାନଙ୍କରେ ହୋଇଥିବା ଏବଂ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଓ ପ୍ରାର୍ôଥନୀ ହେବାକୁ ଆଶାୟୀ ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ପରବର୍ତ୍ତୀ ରାଜନୈତିକ ନେତା ଓ ନେତ୍ରୀ ସମ୍ମିଳନୀରେ ଯୋଗଦେଇ ‘ଓଡ଼ିଶାର ରାଜନୈତିକ ଭବିଷ୍ୟତ’ଶୀର୍ଷକ ଆଲୋଚନାରେ ଭାଗ ନେବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ ଅନୁରୋଧ କରିଛନ୍ତି