ନେପାଳରେ ରାଜନୈତିକ ସଙ୍କଟ: ଇସ୍ତଫା ଦେବାକୁ ମନା କଲେ ଓଲି

କାଠମାଣ୍ଡୁ : ନେପାଳରେ ସୃଷ୍ଚି ହୋଇଛି ରାଜନୈତିକ ସଙ୍କଟ। ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି । ଶୁକ୍ରବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଓ ଓଲିଙ୍କ ମଧ୍ୟରେ ଦୀର୍ଘ ତିନି ଘଣ୍ଟା କାଳ ଆଲୋଚନା ହୋଇଥିଲା । କିନ୍ତୁ ଦୁଇ ନେତାଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇ ପାରିନାହିଁ । ଆଜି ହେବାକୁ ଥିବା ନେପାଳ କମ୍ୟୁନିଷ୍ଟ ପାର୍ଟି ଷ୍ଟାଣ୍ଡିଂ କମିଟି ବୈଠକକୁ ସ୍ଥଗିତ ରଖାଯାଇଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଭେଟିବାକୁ ଆସିନଥିଲେ। ଆଜିର ଏହି ଘଟଣା ପରେ ଦଳ ଏବେ ବିଭାଜନ ଆଡକୁ ମୁହାଁଇଥିବା ସ୍ପଷ୍ଚ ହୋଇଛି । ଅନ୍ୟପଟେ ନେପାଳ କମ୍ୟୁନିଷ୍ଟ ପାର୍ଟି ଷ୍ଟାଣ୍ଡିଂ କମିଟି ବୈଠକ ଆସନ୍ତା ସୋମବାର ଦିନ ବସିବ। ପ୍ରଚଣ୍ଡଙ୍କ ସମର୍ଥକମାନେ ଓଲି ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଚାହାଁନ୍ତି । କିନ୍ତୁ ଓଲି ଏହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ