ନେପାଳରେ ସଡ଼କ ଦୁର୍ଘଟଣା : ୧୩ ମୃତ
ନେପାଳ : ନେପାଳର ସିନ୍ଧୁପଲଚୋକ ଜିଲ୍ଲାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ୪୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୩ ଜଣ ଯାତ୍ରୀଙ୍କ ମୃତ ହୋଇଛି। ଏଥିରେ ୧୮ ଜଣ ଆହତ ହୋଇଛନ୍ତି।
ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ ବିଏ ୪ କେଏଚ୍ଏ ୪୪୬୮ ନମ୍ବରର ବସ୍ଟି ଡୋଲଖା ମ୍ୟୁନିସିପାଲଟିର କଲିନଚୌକରୁ ଭକ୍ତପୁର ଯାଉଥିଲା। ପାହାଡିଆ ରାସ୍ତା ଦେଇ ବସଟି ଯାଉଥିବାବେଳେ ବସଟି ଭାରସାମ୍ୟ ହରାଇବାରୁ ୫୦୦ ମିଟର ତଳକୁ ଖସି ପଡ଼ିଥିଲା। ୧୩ ମୃତକଙ୍କ ମଧ୍ୟରୁ ୮ ଜଣ ପୁରୁଷ ଥିବାବେଳେ ୩ ଜଣ ମହିଳା ଏବଂ ଜଣେ ପୁଅ ଓ ଝିଅ ରହିଛନ୍ତି। ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ ସୂଚନା ଦେଇଛି। କଲିନଚୌକରେ ଥିବା ଭଗବତୀ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।


