ନେପାଳି ହାତୀ ଭାରତରେ ଆତଙ୍କ
ନେପାଳ ଓ ଭାରତ ମଧ୍ୟରେ ଖୋଲା ସୀମା ଥିବାରୁ ନେପାଳରୁ ୨ ଟି ି ହା୍ତୀ ଉତ୍ତରପ୍ରଦେଶ ଚାଲି ଆସି ଭୟର ଆତଙ୍କ ଖେଳାଇଛନ୍ତି । ଏହା ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆତଙ୍କ ବହୁ ପରିମାଣରେ ଖେଳାଇଛନ୍ତି ଯେ ସରକାର ୨ ହାତୀଙ୍କୁ ଘୋଡାଇବା ନିମନ୍ତେ ୫ ଟି ରାଜ୍ୟର ୁର ୧୫୦ ବିଷେଶଜ୍ଞ ଡକାଇ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବରେଲିର ପ୍ରାୟ ୧୨ ଟି ଗ୍ରାମରେ ପ୍ରଭିନ୍ସିଆଲ ଆର୍ମଡ ଇନଷ୍ଟାବୁଲାରି ଘଉଡାଇବା ପାଇଁ (ପିଏସି) ନିୟୋଜିତ କରାଯାଇଛି ।ଏହା ସହ ଦୁଧୱା ଜାତୀୟ ଉଦ୍ୟାନରୁ ୫ ଟି ମାଇହାତୀ ଅଣାଯାଇଛି ।ଦୁଇ ହାତୀଙ୍କୁ ସାଥିରେ ନେଇ ସେମାନଙ୍କ ଜଙ୍ଗଲରେ ଛାଡିଦେବେ ବୋଲି ଆଶା କରାଯାଇଥିଲା କିନ୍ତୁ ତାହା ସଫଳ ହୋଇପାରିନାହିଁ । ଗତ ୨୭ ତାରିଖ ପରଠାରୁ ରୋହିଲା ଖଣ୍ଡ ବରେଲୀର ଜନବସତି ଅଞ୍ଚଳରେ କିଛି ଲୋକ ସେଲଫି ନେବା ପାଇଁ ଗଲାବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବାବେଳେ ଜଣେ ବନ କର୍ମଚାରୀ ମଧ୍ୟ ମୃତ ବରଣ କରିଛନ୍ତି ।


