ନେପାଳ ପ୍ରସଙ୍ଗରେ ମତ ରଖିଲେ ରାଜନାଥ

ନୂଆଦିଲ୍ଲୀ: ନେପାଳ ପ୍ରସଙ୍ଗରେ ମତ ରଖିଛନ୍ତି ରାଜନାଥ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଯେ, ଭାରତ ଓ ନେପାଳ ସମ୍ପର୍କ ସାଧାରଣ ନୁହେଁ, ଆମେ ‘ରୋଟି-ବେଟି’ ବନ୍ଧନରେ ଆବଦ୍ଧ ହୋଇଥିବାରୁ ବିଶ୍ବର କୌଣସି ଶକ୍ତି ଏହାକୁ ଛିନ୍ନ କରି ପାରିବ ନାହିଁ। ଉତ୍ତରାଖଣ୍ଡ ଜନ ସମ୍ବନ୍ଧ ଭର୍ଚ୍ୟୁଆଲ୍ ରାଲି‌କୁ ସମ୍ବୋଧନ କରି କହିଛନ୍ତି ଶ୍ରୀ ସିଂହ କହିଛନ୍ତି, ଭାରତ ଓ ନେପାଳ ମଧ୍ୟରେ ଯଦି କିଛି ଭୁଲ୍ ବୁଝାମଣା ଥାଏ ତାହା ଆଲୋଚନା ମାଧ୍ୟମରେ ସମାଧାନ କରାଯିବ। ଭାରତ-ନେପାଳ ସୀମାନ୍ତ ବିବାଦ ପ୍ରସଙ୍ଗରେ ସେ କହିଲେ ଯେ, ଲିପିଲେଖରେ ବିଆର୍‌ଓ ଦ୍ବାରା ନିର୍ମିତ ରାସ୍ତା ଭାରତୀୟ ଅଞ୍ଚଳର। ଏଠାରେ ସ୍ମରଣ କରାଇଦିଆଯାଇ ପାରେ ଯେ, ବିହାରର ସୀତାମଢ଼ି ଜିଲ୍ଲା ପାଖ ସୀମାନ୍ତ ଅଞ୍ଚଳରେ ନେପାଳୀ ବର୍ଡର୍ ଗାର୍ଡଙ୍କ ଦ୍ବାରା ନିହତ ଭାରତୀୟ ନାଗରିକଙ୍କ ବିଷୟ ଭାରତ ଜୁନ୍ ୧୪ ତାରିଖ ଦିନ ଉଠାଇଥିଲା। ଦିଲ୍ଲୀ ଠାରେ ଥିବା ନେପାଳୀ ମିସନ୍‌ରେ ଏ ପ୍ରସଙ୍ଗ ଉଠାଯାଇଥିବା ବେଳେ କାଠମଣ୍ଡୁରେ ଥିବା ଭାରତୀୟ ମିସନ୍ ନେପାଳୀ ଗୃହ ମନ୍ତ୍ରାଳୟରେ ଏ ପ୍ରସଙ୍ଗ ଅବଗତ କରାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ