ନେଫାରୀ ଘାଟରେ ୩ ଘଣ୍ଟା ଫଶି ରହିଲେ ପୁଲିଂ ପାର୍ଟି
ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍): ବର୍ଷା ଲାଗି ବାଣିଗୋଛା ନିକଟସ୍ଥ ବୃତଙ୍ଗ ନଦୀର ନେଫାରୀ ଘାଟର କାଦୁଅ ମଧ୍ୟରେ ପୁଲିଂ ପାର୍ଟି ୩ ଘଣ୍ଟା ଧରି ଫଶି ରହିଥିଲେ । ଦୁଇଟି ବୁଥ୍ର ପୁଲିଂ ପାର୍ଟି ୬୮ ନମ୍ବର ବୁଥ୍ ଦର୍ଶନିପଡା ଓ ୬୯ ନମ୍ବର ବୁଥ୍ ଶିରିଶିରାର ମତଦାନ ପରେ ଇଭିଏମ୍ ଓ ଭିଭିପାଟ୍ ଧରି ଏକ ବସ୍ ଯୋଗେ ଫେରୁଥିଲେ । ମାତ୍ର ଅପରାହ୍ନରେ ବର୍ଷା ହୋଇଥିବା ବେଳେ ନେଫାରୀ ଘାଟରେ ସେତୁ ନିର୍ମାଣ ପାଇଁ ଏକ ଆପ୍ରୋଚ ରାସ୍ତା ନିର୍ମାଣ ହୋଇଛି । ଆପ୍ରୋଚ୍ ରାସ୍ତାରେ ପ୍ରବଳ କାଦୁଅ ହୋଇଥିବା ବେଳେ ବସ୍ଟି ଦୀର୍ଘ ସମୟୁ ଫଶି ରହିଥିବା ପୁଲିଂ କର୍ମଚାରୀ ମାନେ ସୁଚନା ଦେଇଛନ୍ତି ।
କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା
ନିରାକାରପୁର(ଜୁଗାବ୍ଦ ନ୍ୟୁଜ୍):ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଡିଆ ପଞ୍ଚାୟତ କପିଳେଶ୍ୱର ଦେବଙ୍କ ଅଶୋକା ଅଷ୍ଟମୀ ବାହୁଡା ଯାତ୍ରା ଶେଷ ହୋଇଛି । ଗୁରୁବାର ପୂର୍ବାହ୍ନ ୬ଟାରେ ମନ୍ଦିର ନିକଟରେ ରଥ ପହଞ୍ôଚବା ପରେ ଟ୍ରଷ୍ଟବୋର୍ଡ ତରଫରୁ ପ୍ରଥମେ ଶ୍ରୀଜୀଉଙ୍କୁ ସ୍ନାନ, ମାର୍ଜନା ଓ ପାପନକ ଲାଗିର ବ୍ୟବସ୍ଥା ଅପରାହ୍ନ ଦୁଇଟା ପରେ କରାଯିବା କରିବା ପରେ, ଅପରାହ୍ନ ୪ଟାରେ ଦଳବେହେରାଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ପ୍ରଦାନ କରାଯାଇଥିଲା । ୫ଟା ରେ ଲେଣ୍ଡୋ ପଞ୍ଚାୟତ ଆରେଡି ଗ୍ରାମରୁ ରଥ ଯାତ୍ରା ନିମନ୍ତେ ନିମନ୍ତ୍ରିତ ହୋଇ ଆସି ଥିବା ବଡ ଭାଇ ଗ୍ରାମେଶ୍ୱର ଓ ଭାଉଜ ଗ୍ରାମେଶ୍ୱରୀ ଦେବୀଙ୍କୁ ମେଲାଣୀ ଓ ସମ୍ବର୍ଦ୍ଦନା କରାଯାଇଛି । ପରେ କପିଳେଶ୍ୱର ଦେବ ନିଜ ପତ୍ନୀଙ୍କୁ ସାଥିରେ ନେଇ ମନ୍ଦିରକୁ ପତ୍ୟାବର୍ତନ କରିଛନ୍ତି ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ ମାନସ ଚନ୍ଦ୍ର ପଟ୍ଟନାୟକ, ଡଃ ସଞ୍ଜୟ ମହାପାତ୍ର, ଚକ୍ରଧର ରାଉତରାୟ, ପ୍ରମୁଖ ସୂଚନା ଦେଇଛନ୍ତି ।