ନେଲପଲିସ୍ ସଂଗ୍ରହ କରି ରେକର୍ଡ

ନିଜକୁ ସଜେଇବା ପ୍ରତ୍ୟେକ ମହିଳାଙ୍କର ଏକ ଦୁର୍ବଳତା କହିଲେ ଚଳେ । ଖାସ୍ ସେଥିଲାଗି ମାର୍କେଟରେ ବିଭିନ୍ନ ପ୍ରସାଧନ ସାମଗ୍ରୀ ଉପଲବ୍ଧ ହେଉଛି । ତେବେ ଏହି ସବୁ ପ୍ରସାଧନ ସାମଗ୍ରୀ ମଧ୍ୟରୁ ନେଲ୍ପଲିସ୍ ଊଣା ଅଧିକେ ପ୍ରାୟ ସମସ୍ତ ମହିଳାଙ୍କ ପ୍ରଥମ ପସନ୍ଦ । ତେବେ ଜର୍ମାନୀର କାରୋଲିନା ଗୋରା ନାମକ ଜଣେ ମହିଳା ଏହି ନେଲପଲିସ୍ ସଂଗ୍ରହ କରି ସୃଷ୍ଟି କରିଛନ୍ତି ରେକର୍ଡ । ନାଲି, ନେଳି, ସବୁଜ ଆଦି ବିଭିନ୍ନ ରଙ୍ଗ ସହ ଗ୍ଲିଟର, ନିୟନ ତଥା ଭଳିକି ଭଳି ଡିଜାଇନ୍ର ନେଲପଲିସ୍ ବଟଲରେ ତାଙ୍କ ଘର ଭରି ରହିଛି । ଜର୍ମାନୀର ରେକର୍ଡ ଇନ୍ଷ୍ଟିଚ୍ୟୁଟ୍ ଅନୁଯାୟୀ କାରୋଲିନାଙ୍କଠାରେ ବର୍ତ୍ତମାନ ମୋଟ ୧୧୦୨୭ଟି ନେଲପଲିସ୍ ଶିଶି ସଂଗୃହୀତ ହୋଇ ରହିଛି, ଯାହା ପୃଥିବୀର ସବୁଠାରୁ ବୃହତ ନେଲପଲିସ୍ ଶିଶି ସଂଗ୍ରହର ରେକର୍ଡ ସୃଷ୍ଟି କରିଛି । କାରୋଲିନା ୧୫ ବର୍ଷ ବୟସରେ ପ୍ରଥମ ନେଲପଲିସ୍ କ୍ରୟ କରିଥିଲେ । ସେବେଠାରୁ ତାଙ୍କର ନେଲପଲିସ ସଂଗ୍ରହ କରିବାର ଆଗ୍ରହ ସୃଷ୍ଟି ହୋଇଥିଲା । ତାଙ୍କ ପାଖରେ ବର୍ତ୍ତମାନ ୫୪ଟି ଦେଶର ବିଭିନ୍ନ ନେଲପଲିସ୍ ସଂଗୃହୀତ ହୋଇ ରହିଛି । ସେସବୁ ମଧ୍ୟରେ ୧୯୨୦ ମସିହାର ଏକ ନେଲପଲିସ୍ ଶିଶି ମଧ୍ୟ ସାମିଲ ଅଛି । ତେବେ ଏହିସବୁ ନେଲପଲିସ୍ ଶିଶିକୁ ନେଇ ଭବିଷ୍ୟତରେ ଏକ ମ୍ୟୁଜିୟମ୍ ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖିଛନ୍ତି କାରୋଲିନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ