ନେସ୍କସ ହେଲପ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):ନେକ୍ସସ ଫାଉଣ୍ଡେସନ ତରଫରୁ କର୍କଟ, ଥାଲା ସେମିଆ ଶିଶୁ ମାନଙ୍କ ସହାୟତା ପାଇଁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନେସ୍କସ ହେଲ୍ପ ଫାଉଣ୍ଡେସନର ମାର୍ଗଦର୍ଶକ ସତ୍ୟନାରାୟଣ ସାହୁ, ତୋଫାନ ବେହେରା, ସନ୍ତୁନୁ କୁମାର ସାହୁ, ପରିଚାଳକ ସୁବ୍ରତ ମଲ୍ଲିକ, ପ୍ରଦିପ୍ତ କୁମାର ଦାସ, ସଞ୍ଜିତ ଖୋଟୋଇ, ସଚିକାନ୍ତ ମୁଦୁଲି ପ୍ରମୁଖଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶିବିରରୁ ମୋଟ ୬୦ୟୁନିଟ ରକ୍ତ ସଂଗୃହିିତ ହୋଇଥିଲା । ସେଣ୍ଟ୍ରାଲ ବ୍ଲଡବ୍ୟାଙ୍କର ଡାକ୍ତର ଓ କର୍ମଚାରୀ ମାନେ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଗତ ଏକ ମାସ ମଧ୍ୟରେ ନେସକ୍ସ ଫାଉଣ୍ଡେସନ ତରଫରୁ ଦୁଇ ଦୁିଟଇ ରକ୍ତଦାନ ଶିବିର କରାଯାଇଥିବାରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ